ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏକାଠି ଆସିବେ, ଜାହ୍ନବୀ-ଇବ୍ରାହିମ୍‌

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଇବ୍ରାହିମ୍‌ଙ୍କୁ ନେଇ ଏକ ଖବର ଆସିଛି। ଇବ୍ରାହିମ୍‌ ତାଙ୍କର ଦ୍ବିତୀୟ ଫିଲ୍ମରେ ଜାହ୍ନବୀ କପୁରଙ୍କ ସହ ନଜର ଆସିବେ। ନିକଟରେ ଇବ୍ରାହିମ୍‌ ଓ ଜାହ୍ନବୀ ଏହି ରୋମାଣ୍ଟିକ୍‌ କମେଡି ଫିଲ୍ମ ସାଇନ୍‌ କରିଛନ୍ତି। ତେବେ ଏଥିରେ ଇବ୍ରାହମ୍‌ଙ୍କ ସହ ଦୁଇ ଜଣ ଅଭିନେତ୍ରୀ ରହିବେ। ମହିମା ମକୱାନା ମଧ୍ୟ ଏଥିରେ ଲିଡ୍‌ ରୋଲରେ ଦେଖାଯିବେ। ବହୁତ ଜଲ୍‌ଦି ଫିଲ୍ମର ପ୍ରିପ୍ରଡକ୍ସନ କାମ ଆରମ୍ଭ ହେବ। ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ହେବ। ଫିଲ୍ମର ଟାଇଟଲ୍‌ ଏଯାବତ୍‌ ଫାଇନାଲ ହୋଇନାହିଁ। ଶଶାଙ୍କ ଖେତାନ ଏହାର ନିର୍ଦ୍ଦେଶନା ଦେବେ। ଫିଲ୍ମଟି ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ହେବ। ତେବେ ଇବ୍ରାହିମ୍‌ ‘ସରଜମିନ୍’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପାଦ ଦେବେ। ଏହା ମଲାୟାଲମ୍‌ ଫିଲ୍ମ ‘ହୃଦୟମ୍’ର ରିମେକ୍। ଏଥିରେ ସେ କାଜଲ୍‌ଙ୍କ ସହ ସ୍କ୍ରିନ୍‌ ସେୟାର୍‌ କରିବେ। ଧର୍ମା ପ୍ରଡକ୍ସନ୍‌ ଏହାର ପ୍ରଯୋଜନା ଦାୟିତ୍ବରେ ରହିଛି। ଇବ୍ରାହିମ୍‌ ସହ ନିର୍ଦ୍ଦେଶକ ଭାବେ କାମ ମଧ୍ୟ କରିଛନ୍ତି। ‘ରକି ଔର୍‌ ରାନୀ କି ପ୍ରେମ୍‌ କହାନୀ’ରେ ସେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ।

Leave A Reply

Your email address will not be published.