ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଚାଲାକି, ଖସୁଛି ହୀରାକୁଦର ଜଳସ୍ତର

ସମ୍ୱଲପୁର : ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଧର୍ମକୁ ଆଖିଠାର । ହୀରାକୁଦରେ ପାଣି କମୁଥିବା ନେଇ ଅଭିଯୋଗ ପରେ ଚାଲାକି ଦେଖାଇଛି ଛତିଶଗଡ଼ । କଲମା ଗେଟ୍ ଖୋଲିବା ନାଁରେ କରିଛି ପ୍ରହସନ । ୨୦ଟି ଗେଟ୍ ଖୋଲିଥିଲେ ବି ପ୍ରତି ଗେଟକୁ ଆଶିଂକ ଭାବେ ମାତ୍ର ଗୋଟିଏ ଫୁଟ ଲେଖାଏଁ ଖୋଲାଯାଇଛି । ଫଳରେ ଗୋଟିଏ ଗେଟରେ ଯେତିକି ପାଣି ଆସିବା କଥା ସେତିକି ଆସୁନାହିଁ ।

ଛତିଶଗଡ଼ ପାଣି ଅଟକାଇବା ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି । ୬୦୦ ଫୁଟକୁ ଖସିଆସିଛି ହୀରାକୁଦର ଜଳସ୍ତର । ଗତବର୍ଷ ଏହି ସମୟରେ ହୀରାକୁଦର ଜଳସ୍ତର ୬୦୭ ଫୁଟ ରହିଥିଲା । ଫଳରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୭ ଫୁଟ କମ ପାଣି ରହିଛି । ହୀରାକୁଦ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ପୂର୍ବରୁ ଛତିଶଗଡ଼ ୧୩ଟି ଗେଟ୍ ଖୋଲିଥିବାବେଳେ ଏବେ ୨୦ଟି ଗେଟ ଖୋଲିଛି । ମାତ୍ର ଏଥିରେ ୧ ଫୁଟ ଉଚ୍ଚତାର ପାଣି ଆସୁଛି ।

Leave A Reply

Your email address will not be published.