ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରକ୍ତ ରଞ୍ଜିତ ହେଲା ଦେବୀପୀଠ, ମା ଆମ୍ବିଳିପାଟଙ୍କ ବାର୍ଷିକ ପୂଜାରେ ପଡିଲା ବଳି

କଳାବାଡିଆ : ବାଙ୍ଗିରିପୋଷି ବ୍ଲକ କଳାବାଡିଆ ଓ କୁମ୍ଭାର ମୁଣ୍ଡାକଟା ପଞ୍ଚାୟତ ସୀମା ଠାକୁରାଣୀ ପାହାଡିରେ ୨୨ ମୈଜାର ଅଧିଷ୍ଠିତ ଦେବୀ ମାଁ ଆମ୍ବିଳିପାଟଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି। ଶହଶହ ଶ୍ରଦ୍ଧାଳୁ ନିଜ ମନସ୍କାମନା ପୁରଣ ପାଇଁ ବର୍ଷର ରଜ ସଂକ୍ରାନ୍ତି ଓ ମକର ସଂକ୍ରାନ୍ତିର ଦୁଇ ଦିନକୁ ଅପେକ୍ଷା କରି ରହିଥାନ୍ତି।

ବର୍ଷ ସାରା ଅନ୍ୟ ଦିନ ମାନଙ୍କରେ ଜଗନ୍ନାଥ ଖୁଣ୍ଟାରେ ଥିବା ମା’ଙ୍କ ପିଠରେ ପ୍ରତ୍ୟେକ ସପ୍ତାହର ଗୁରୁବାରରେ ଦେହୁରୀଙ୍କ ଦ୍ୱାରା ପୂଜା ପାଇଥାନ୍ତି। ପାହାଡି ପୂଜାରେ ପୂର୍ବରୁ ଶହଶହ ଛେଳି ଓ କୁକୁଡ଼ା ବଳିପଡୁଥିଲେ। ପର୍ଯ୍ୟାୟ କ୍ରମେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି ପରମ୍ପରାକୁ ବନ୍ଦ କରାଯାଇଥିଲା। କିନ୍ତୁ ପୁଣି ଭକ୍ତଙ୍କ ଆବେଗ ଆଗରେ ହାର ମାନିଲା ମାନବିକତା। ଶହ ଶହ ଛେଳି ଓ କୁକୁଡ଼ା ବଳି ପଡ଼ିବା ସହ ଦେବୀ ପୀଠ ରକ୍ତ ରଞ୍ଜିତ ହୋଇଛି। ଦେବୀ ପିଠ ଠାରୁ ୫୦ ମିଟର ଦୂରରେ ବଳି ପଡ଼ିଛି। ଭକ୍ତ ଆଣୁଥିବା ମାନସିକ ପାଇଁ ବଳିକୁ ପାହାଡିରେ ପୂଜା କରି ଛାଡି ଦିଆ ଯାଉଥିବା ଦେଖିବାକୁ ମିଳିଛି। ପ୍ରବଳ ଗୁଳୁଗୁଳିରେ ମଧ୍ୟ ଚଳିତ ବର୍ଷ ୧୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.