ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଥରେ ବିଗିଡ଼ିଲା ବିଗ୍ ବି’ଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି

ମୁମ୍ବଇ: ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର ଆସି ପହଞ୍ଚିଛି। ପୁଣି ଥରେ ବିଗ ବି’ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଛି । ୮୧ ବର୍ଷୀୟ ଅଭିନେତା ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡ଼ିଛନ୍ତି। ହଠାତ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ବିଗିଡିଛି। ଏଥିପାଇଁ ତାଙ୍କୁ ସକାଳେ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଅମିତାଭଙ୍କ ଗୋଡରେ ଏଞ୍ଚିଓପ୍ଲାଷ୍ଟି କରାଯାଇଛି । ସାଧାରଣତଃ ଏଞ୍ଚିଓପ୍ଲାଷ୍ଟି ହୃତପିଣ୍ଡରେ ଜମିରହିଥିବା ରକ୍ତକୁ ବିନା ଅସ୍ତ୍ରୋପଚାରରେ ବାହାର କରିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏଠାରେ ଅମିତାଭଙ୍କ ଗୋଡେରେ ଜମିରହିଥିବା ରକ୍ତ ବାହାର କରିବା ପାଇଁ ସର୍ଜରୀ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନେଇ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.