ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଦେଶରେ ସକ୍ରିୟ ଅଙ୍ଗପ୍ରତ୍ୟଙ୍ଗ ରାକେଟ, ଚୋରାଚାଲାଣ ହେଉଛି କିଡ୍‌ନୀ-ଲିଭର

ଋଣରେ ବୁଡ଼ିଥିବା ଲୋକଙ୍କୁ କରୁଥିଲେ ନିଶାଣ

ଜୟପୁର: ଅନେକ ସମୟରେ ବିଭିନ୍ନ ଡାକ୍ତରଖାନାରେ କିଡ୍‌ନୀ (ବୃକକ) ଏବଂ ଲିଭର (ଯକୃତ)ର ସଫଳ ଅସ୍ତ୍ରୋପଚାର ହୋଇଥିବା ନେଇ ଖବର ପ୍ରକାଶ ପାଇଥାଏ। ଡାକ୍ତରୀ ଟିମ୍‌ ଅକ୍ଲାନ୍ତ ପରିଶ୍ରମ କରି ଜୀବନ ବଞ୍ଚାଇ ଥିବା କୁହାଯାଇଥାଏ। ବର୍ଷେ ମଧ୍ୟରେ ରାଜସ୍ଥାନର ଅନେକ ଘରୋଇ ଡାକ୍ତରଖାନା ଏଭଳି ଦାବି କରିଥିଲେ। ଏବେ ଏହି ସବୁ ଦାବି କାଠଗଡ଼ାକୁ ଟାଣି ହୋଇଯାଇଛି। ଏହି ସବୁ ଅସ୍ତ୍ରୋପଚାର ଉପରେ ପ୍ରଶ୍ନ ଉଠୁଛି। ରାଜ୍ୟରେ ଅଙ୍ଗପ୍ରତ୍ୟଙ୍ଗ ରାକେଟ ଚାଲିଛି। କିଡ୍‌ନୀ-ଲିଭର ଚୋରାଚାଲାଣ କରାଯାଉଛି। ଦୁର୍ନୀତି ବିରୋଧୀ ବ୍ୟୁରୋ (ଏସିବି)ର ଯାଞ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସବାଇ ମାନ ସିଂହ (ଏସଏମଏସ) ହସ୍ପିଟାଲରେ ଟଙ୍କା ନେଇ ଅଙ୍ଗ ପ୍ରତିରୋପଣର ଜାଲ୍‌ ଏନଓସି ଦେଇଥିବା ଲୋକକୁ ଏସିବି ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ଗତ ୮ ମାସ ହେଲା ଅଙ୍ଗ ପ୍ରତିରୋପଣ ପାଇଁ ବନା ଯାଇଥିବା ଡାକ୍ତରଙ୍କ କମିଟିର କୌଣସି ବୈଠକ ବସିନାହିଁ। ଏହି କିମିଟି ହିଁ ଅଙ୍ଗ ପ୍ରତିରୋପଣ ପାଇଁ ଏନଓସି ପ୍ରଦାନ କରିଥାଏ।

ଗତ ରବିବାର ରାତିରେ ଏସିବି ଏସଏମଏସ ହସ୍ପିଟାଲରେ ଚଢ଼ଉ କରି ଜାଲ୍‌ ଏନଓସି ଦେଇଥିବା ସହାୟକ ପ୍ରଶାସନିକ ଅଧିକାରୀ ଗୌରବ ସିଂହ ଏବଂ ଇଏଚସିସି ହସ୍ପିଟାଲର ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କୋଅଡିନେଟର ଅନିଲ ଯୋଶୀଙ୍କୁ ଗିରଫ କରିଥିଲା। ୭୦ ହଜାର ଟଙ୍କା ସହିତ ୩ ଜାଲ୍‌ ଏନଓସି ମଧ୍ୟ ଜବତ କରାଯାଇଥିଲା। ଏହା ପରେ ସେହିଦିନ ରାତିରେ ଗୌରବ ଏବଂ ଯୋଶୀଙ୍କ ଘରେ ଓ ଅନ୍ୟ ଠିକଣାରେ ମଧ୍ୟ ତଲାସୀ ନିଆଯାଇଥିଲା। ଏହି ଗିରଫରୁ ଜଣାପଡ଼ିଥିଲା ଯେ ଫୋର୍ଟିସ ହସ୍ପିଟାଲର ସଂଯୋଜକ (କୋଅର୍ଡିନେଟର) ବିନୋଦ ସିଂହ କିଛି ଦିନ ତଳେ ଟଙ୍କା ଦେଇ ଜାଲ୍‌ ପ୍ରମାଣପତ୍ର ନେଇଥିଲେ। ଏସିବି ତାଙ୍କୁ ମଧ୍ୟ ଗିରଫ କରିଛି। ଏହା ପରେ ସରକାର ଇଏଚସିସି ହସ୍ପିଟାଲର ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ଲାଇସେନ୍ସକୁ ନିଲମ୍ବିତ କରିଦେଇଛନ୍ତି।

Article Bottom (Mobile Only)

ଏସିବି ଡିଆଇଜି ଡ. ରବି କହିଛନ୍ତି ଯେ ଯାଞ୍ଚ ସମୟରେ ଗୌରବଙ୍କ ଘରୁ ୧୫୦ରୁ ଅଧିକ ଜାଲ୍‌ ପ୍ରମାଣପତ୍ର ମିଳିଛି। ଏଥିରୁ ତିନୋଟି ପ୍ରମାଣପତ୍ର ନେପାଳ ଲୋକଙ୍କର ଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ବାହାର ଲୋକଙ୍କଠାରୁ ଅଙ୍ଗପ୍ରତ୍ୟଙ୍ଗ କିଣାବିକା କରାଯାଉଛି।

ଋଣରେ ବୁଡ଼ିଥିବା ଲୋକଙ୍କୁ କରୁଥିଲେ ନିଶାଣ, ନେପାଳ-କାମ୍ବୋଡିଆକୁ ଲମ୍ବିଛି ଚେର….

ଚଣ୍ଡିଗଡ଼:ହରିୟାଣା କିଡନୀ (ବୃକକ) ପ୍ରତିରୋପଣ ରାକେଟର ଲିଙ୍କ୍‌ ନେପାଳ-କାମ୍ବୋଡ଼ିଆଙ୍କୁ ବ୍ୟାପିଛି। ରାଜସ୍ଥାନ ଏସିବିକୁ ଏହାର ପ୍ରମାଣ ମିଳିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନେପାଳ-କମ୍ବୋଡିଆ ଲୋକଙ୍କ ପ୍ରମାଣପତ୍ର ଏସିବି ହାତରେ ଲାଗିଛି। ଏହି ରାକେଟର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡର ମହମ୍ମଦ ମୁର୍ତାଜା ଅନ୍‌ସାରୀ ଏବେ ଫେରାର ରହିଛି। ସେ ହରିୟାଣାରେ ଲୁଚିଥିବା ଏସିବି ସନ୍ଦେହ କରୁଛି। ଦାତା ଏବଂ ଗ୍ରହୀତାଙ୍କ ମଧ୍ୟରେ ସେ ମଧ୍ୟସ୍ଥି ଭାବେ କାମ କରୁଥିଲା। ସେ ପ୍ରଥମେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଅନୁବାଦକ ଭାବେ କ୍ୟାରିୟର ଆରମ୍ଭ କରିଥିଲା। ବାଂଲାଦେଶର କିଛି ଲୋକ ମଧ୍ୟ ଏହାର ଜାଲରେ ଫସି ଥିଲେ। ରାଜସ୍ଥାନ ଏସିବି ୩ ଜଣଙ୍କୁ ଗିରଫ କରିବା ପରେ ଏହି ରାକେଟର ଖୁଲାସା ହୋଇଥିଲା। ଏସିବିର ସୂଚନା ଆଧାରରେ ଗୁରୁଗ୍ରାମ ପୁଲିସ, ସିଏମ ଫ୍ଲାଇଂ ସ୍କ୍ବାର୍ଡ ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କୁ ଟିମ୍‌ ସେକ୍ଟର ୩୯ରେ ଥିବା ଏକ ଗେଷ୍ଟ ହାଉସରେ ଚଢ଼ଉ କରି ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଥିଲା। ମାମଲାର ତଦନ୍ତରେ ସାମିଲ ଜଣେ ଅଧିକାରୀ କହିଛନ୍ତି ଯେ ଏହି ରାକେଟର ମୁଖ୍ୟ ଗରିବ ଏବଂ ଋଣରେ ବୁଡ଼ିଥିବା ଲୋକଙ୍କୁ ନିଶାଣ କରୁଥିଲେ। ଏମାନଙ୍କୁ ବାଂଲାଦେଶରୁ ଗୁରୁଗ୍ରାମ ଅଣା ଯାଉଥିଲା। ପରେ ଜୟପୁରରେ କିଡ୍‌ନୀ ପ୍ରତିରୋପଣର ବ୍ୟବସ୍ଥା କରାଯାଉଥିଲା। ରାଜସ୍ଥାନର ୧୦ ଏବଂ ମୁମ୍ବାଇର ୨ ହସ୍ପିଟାଲର ସହ ଅନସାରୀର ଲିଙ୍କ ଥିଲା।

Leave A Reply

Your email address will not be published.