ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ରାହୁଲଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି : କୋଭିଡ୍‌ ନିୟମ ମାନ ନଚେତ ‘ଭାରତ ଯୋଡ଼ୋ ଯାତ୍ରା’ ବନ୍ଦ କର

ନୂଆଦିଲ୍ଲୀ : ଚୀନରେ କରୋନା ମହାମାରୀ ଏବେ ହୁ ହୁ ହୋଇ ବଢିବାକୁ ଆରମ୍ଭ କରିଛି । କଠୋର କୋଭିଡ୍ ପ୍ରତିବନ୍ଧକକୁ ହଟାଇ ଦେବା ପରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିବାରେ ଲାଗିଛି। କେବଳ ଚୀନ ନୁହେଁ ଜାପାନ, ଆମେରିକା, କୋରିଆ ଓ ବ୍ରାଜିଲରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଏହି ସବୁକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗୁଆ ସତର୍କ ହୋଇଯାଇଛନ୍ତି। ଏକାଧିକ ଦେଶରେ ପୁଣିଥରେ ମହାମାରୀ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିବାକୁ ଦେଖି ଗତକାଲି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। କରୋନାର ଭ୍ୟାରିଏଣ୍ଟଗୁଡ଼ିକ ଉପରେ ନଜର ରଖିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି।

ତେବେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଦେଶର କୋଭିଡ-୧୯ ସ୍ଥିତିର ସମୀକ୍ଷା କରିବେ। ଏହାପୁର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସାଂସଦ ରାହୁଲ୍‌ ଗାନ୍ଧୀ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ଙ୍କୁ ଚିଠି ଲେଖିଛନ୍ତି।କୋଭିଡ୍‌ ନିୟମ ମାନନ୍ତୁ ନଚେତ ‘ଭାରତ ଯୋଡ଼ୋ ଯାତ୍ରା’ ବାତିଲ କରନ୍ତୁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି।

Article Bottom (Mobile Only)

ଚୀନ୍‌ରେ କୋଭିଡ୍‌ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବ୍ୟାପୁଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀ ଆମ ଦେଶର ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ଉକ୍ତ ପତ୍ର ଲେଖିଛନ୍ତି।ଯାତ୍ରା ସମୟରେ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିବା ସହିତ କହିଛନ୍ତି ଯେ, କେବଳ ଟିକା ନେଇଥିବା ଲୋକେ ଯାତ୍ରାରେ ଭାଗ ନେବା ଉଚିତ। କୋଭିଡ୍‌ ନିୟମ ମାନନ୍ତୁ ନତୁବା ଯାତ୍ରା ବାତିଲ କରନ୍ତୁ। ପତ୍ରରେ ସେ ପୁଣି ଅନୁରୋଧ କରି ଲେଖିଛନ୍ତି ଯେ, ଯାତ୍ରାରେ ଯଦି କୋଭିଡ୍‌ ନିୟମ ମାନିବା ସମ୍ଭବ ହେଉନାହିଁ, ତେବେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ‘ଭାରତ ଯୋଡ଼ୋ ଯାତ୍ରା’କୁ ବାତିଲ କରନ୍ତୁ।

ସୂଚନାଯୋଗ୍ୟ ଯେ, ଚୀନ୍‌ରେ କୋଭିଡ୍‌ର ସଦ୍ୟ ଲହର୍‌ ଦେଖା ଦେବା କାରଣରୁ ସ୍ବାସ୍ଥ୍ୟମନ୍ତ୍ରୀ ଏଭଳି ଚିଠି ଲେଖି ସେମାନଙ୍କୁ ସତର୍କ କରାଇ ଦେଇଛନ୍ତି। ସେହିପରି, ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଜିଟିଭ୍‌ ମାମଲାଗୁଡ଼ିକର ସମ୍ପୂର୍ଣ୍ଣ ‘ଜିନୋସମ୍‌ ସିକ୍ବେନ୍‌ସ୍‌’ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି।ତେବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡ଼ୋ ଯାତ୍ରା’ ଏବେ ରାଜସ୍ଥାନରେ ଚାଲିଛି । ତାମିଲନାଡୁର କନ୍ୟାକୁମାରୀରୁ ବାହାରିଥିବା ଏହି ପଦଯାତ୍ରା କାଶ୍ମୀରଠାରେ ଶେଷ ହେବ। ତେବେ ବର୍ତମାନ ପର୍ୟ୍ୟନ୍ତ ଏହି ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ରରେ ଶେଷ ହୋଇ ରାଜସ୍ଥାନରେ ଜାରି ରହିଛି ।

Leave A Reply

Your email address will not be published.