ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଅର୍ଥନୀତି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍ :‌ ରାଉରକେଲା ଏନ୍‍ଆଇଟି ଦେଶରେ ପ୍ରଥମ

ରାଉରକେଲା : ଟାଇମ୍ସ ଉଚ୍ଚଶିକ୍ଷା ଉଦୀୟମାନ ଅର୍ଥନୀତି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‌ ‌-୨୦୨୧ର ଫଳାଫଳରେ ରାଉରକେଲାର ଏନଆଇଟି ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ବିଶ୍ୱର ମୋଟ ୪୮ ଟି ଦେଶରେ ଥିବା ୬୦୬ ଟି ବିଶ୍ୱବିଦ୍ୟାଳୟକୁ ନେଇ ଚଳିତ ବର୍ଷ ଟାଇମ୍ସ ଉଚ୍ଚଶିକ୍ଷା ବିଶ୍ୱବିଦ୍ୟାଳୟ ପକ୍ଷରୁ ପାଠପଢ଼ିା ତଥା କାର୍ଯ୍ୟଦକ୍ଷତା ନେଇ ଟାଇମ୍ସ ଉଚ୍ଚଶିକ୍ଷା ଉଦୀୟମାନ ଅର୍ଥନୀତି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‍-୨୦୨୧ ଆୟୋଜିତ ହୋଇଥିଲା। ସୂଚନାଯୋଗ୍ୟ ଯେ ଟାଇମ୍ସ ଉଚ୍ଚଶିକ୍ଷା ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‍ ହେଉଛି ବିଶ୍ୱର କାର୍ଯ୍ୟଦକ୍ଷତା ସାରଣୀ; ଯାହା ବିଶ୍ୱର ଗବେଷଣା-କେନ୍ଦ୍ରିତ ବିଶ୍ୱବିଦ୍ୟାଳୟଗୁଡ଼ିକର ବିଚାର କରିଥାଏ।

Article Bottom (Mobile Only)

ଏହି ରାଙ୍କିଙ୍ଗ୍‌‌କୁ ୫ଟି ଶ୍ରେଣୀରେ ବିଭକ୍ତ କରା ଯାଇଥିଲା। ଶିକ୍ଷାଦାନ (ଶିକ୍ଷଣ ପରିବେଶ); ଅନୁସନ୍ଧାନ (ପରିମାଣ, ଆୟ ଏବଂ ପ୍ରତିଷ୍ଠା); ଉଦ୍ଧୃତି (ଅନୁସନ୍ଧାନ ପ୍ରଭାବ); ଆନ୍ତର୍ଜାତୀୟ ଦୃଷ୍ଟିକୋଣ (କର୍ମଚାରୀ, ଛାତ୍ର ଏବଂ ଅନୁସନ୍ଧାନ); ଏବଂ ଶିଳ୍ପ ଆୟ (ଜ୍ଞାନ ସ୍ଥାନାନ୍ତର)। ଏହି ସଫଳତା ପାଇଁ ସମଗ୍ର ଏନଆଇଟିଆର ସମ୍ପ୍ରଦାୟର ଉଦ୍ୟମକୁ ଅଭିନନ୍ଦନ ଓ ପ୍ରଶଂସା କରି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ୱାସ କହିଛନ୍ତି ଟାଇମ୍ସ ଉଚ୍ଚଶିକ୍ଷା ଉଦୀୟମାନ ଅର୍ଥନୀତି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‌‌ – ୨୦୨୧ରେ ଏନଆଇଟି ରାଉରକେଲା ସମସ୍ତ ଏନଆଇଟି ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବା ଅନୁଷ୍ଠାନର ସମସ୍ତ ଛାତ୍ର, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ମିଳିତ ପ୍ରୟାସର ପ୍ରତିଫଳନ। ଏନଆଇଟି, ରାଉରକେଲା ଇଂନିୟରିଂରେ ୧୬ତମ ସ୍ଥାନରେ ଏବଂ ଏନଆଇଆରଏଫ୍‍ ରାଙ୍କିଙ୍ଗ୍‌‌-୨୦୨୦ରେ ସମୁଦାୟ ବର୍ଗରେ ୩୨ ତମ ସ୍ଥାନରେ ରହିଛି। ଅନ୍ତର୍ଜାତୀୟ ସ୍ତରରେ ଏନଆଇଟିକୁ କ୍ୟୁଏସ୍‍ ଏସୀୟ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‌‌- ୨୦୨୧ରେ ସମଗ୍ର ବିଶ୍ୱରେ ୨୫୦ ତମ ସ୍ଥାନ ମିଳିବା ଅତ୍ୟନ୍ତ ଗୌରବର ବିଷୟ ବୋଲି ନିର୍ଦ୍ଦେଶକ ଡକ୍ଟର ବିଶ୍ୱାସ କହିଛନ୍ତି।

Leave A Reply

Your email address will not be published.