ରାଜଧାନୀରେ ହାତୀ ଆତଙ୍କ: ସହର ଭିତରେ ପଶିଲେ ୨ ଦନ୍ତା ହାତୀ
![elephant](https://thesakala.in/wp-content/uploads/2022/10/elephant-4.jpg)
ଭୁବନେଶ୍ବର: ରାଜଧାନୀରେ ହାତୀ ଆତଙ୍କ । ରାତିରେ ଭୁବନେଶ୍ବର ସହର ଭିତିରେ ପଶିଛି ହାତୀ ପଲ । ଦୁଇଟି ଦନ୍ତା ହାତୀଙ୍କ ପ୍ରବେଶ କରିଥିବା ସୂଚନା। ଚନ୍ଦକା ନିକଟ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ପଶିଛନ୍ତି। ହାତିଆଶୁଣା ଓ ବିର୍ସା ମୁଣ୍ଡା ବସ୍ତିରେ ପଶିଥିବା ଜଣାପଡ଼ିଛି। ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ନିୟମିତ ଚନ୍ଦକା ଜଙ୍ଗଲରୁ ହାତୀ ଆସୁଥିବା ସ୍ଥାନୀୟଲୋକେ କହିଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାକୁ ବାଣ ଫୁଟାଇ ଉଦ୍ୟମ ଜାରି ରଖିଛି।