ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600
BJD 166×600

ଅର୍ଥ ବିଭାଗକୁ ଏସ୍ଏଲ୍‌ବିସିର ପତ୍ର: ବ୍ଯାଙ୍କ କାର୍ଯ୍ଯ ଦିବସ ୫ଦିନ ଓ କାର୍ଯ୍ୟ ସମୟ ୧୦ଟାରୁ ୨ ଘଟିକା କରିବାକୁ ଅନୁରୋଧ

ଭୁବନେଶ୍ବର: ସାମ୍ପ୍ରତ୍ତିକ କରୋନାର ତୃତୀୟ ଲହରରେ ପଜିଟିଭ୍ ହାର ବୃଦ୍ଧି ଘଟୁଥିବା ଯୋଗୁ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ସଂକ୍ରମଣର ଏହି ଚେନ୍‌କୁ ଭାଙ୍ଗିବା ଏବଂ ବ୍ୟାଙ୍କ କାର୍ଯ୍ୟକୁ ସଚଳ ଓ ସହଜ କରିବା ପାଇଁ ବ୍ୟାଙ୍କ ସଂଘଗୁଡିକ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍‌ବିସି) ପକ୍ଷରୁ ରାଜ୍ୟ ଅର୍ଥ ବିଭାଗର ନିର୍ଦେଶକ ଇନ୍‌ଷ୍ଟିଚ୍ୟୁସନାଲ ଫାଇନାନ୍ସଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ଅବଗତ କରାଯାଇଛି ।

ପତ୍ରରେ ଏସ୍ଏଲ୍‌ବିସି ଆବାହକ ଅରୁପାନନ୍ଦ ଜେନା ବର୍ତ୍ତମାନ ଦୈନନ୍ଦିନ ବ୍ୟାଙ୍କ କାର୍ଯ୍ୟରେ କେତେକ ପ୍ରମୁଖ ପରିବର୍ତ୍ତନ ଘଟାଇବାକୁ ପତ୍ରରେ ଉଲ୍ଲେକଲ କରିଛନ୍ତି। କମିଟି କହିବାନୁଯାୟୀ, ପରିସ୍ଥିତିରେ ସୁଧାର ଆସିବା ଯାଏ ବର୍ତ୍ତମାନ ସମୟରେ ରାଜ୍ୟରେ ସପ୍ତାହରେ ବ୍ୟାଙ୍କ କାର୍ଯ୍ୟ ଦିବସ ୫ ଦିନ ହେଉ। ଅଫିସ୍ କାର୍ଯ୍ୟ ୨୫ ପ୍ରତିଶତ ଏବଂ ଶାଖାରେ ୫୦ ପ୍ରତିଶତ କର୍ମଚାରୀ କ୍ଷମତାକୁ ନେଇ କାମ କରାଯାଉ । ଏହାଛଡା ବ୍ୟାଙ୍କ କାର୍ଯ୍ୟ ସମୟ ୧୦ଟାରୁ ୨ ଟା କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ଯାହାଫଳରେ ବ୍ୟାଙ୍କ କାର୍ଯ୍ୟାଳୟ ଏବଂ ଶାଖାଗୁଡିକରେ ଗ୍ରାହକଙ୍କ ସହ କର୍ମଚାରୀଙ୍କ  ମତବିନିୟମ ସମୟ କମ୍ ହେବ। ଏହା କର୍ମଚାରୀ ସମେତ ଗ୍ରାହକଙ୍କୁ ସଂକ୍ରମଣ ସମ୍ଭାବନା ହ୍ରାସ କରିବ। ଏସବୁବ୍ୟତୀତ ସଂକ୍ରମଣ ରୋକିବାକୁ ଯୋଗ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଟିକା ଦେବାକୁ ଏସ୍ଏଲ୍‌ବିସିର ପତ୍ରରେ ଅନୁରୋଧ କରିଛି।

Leave A Reply

Your email address will not be published.