ପ୍ରବଳ ବର୍ଷାରେ ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ, ନଦୀକୂଳିଆ ଲୋକେ ଆତଙ୍କିତ
ଭଦ୍ରକ: ଗେଙ୍ଗୁଟି ନଦୀ ବନ୍ଧ ରେ ଫାଟ। ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱର ପୁର ମଳିକସାହି ଠାରେ ନଦୀ ବନ୍ଧ ରେ ଫାଟ ସୃଷ୍ଟି ହୋଇଛି। ଗେଙ୍ଗୁଟି ନଦୀ ରେ ପ୍ରାୟ ୨୦୦ ଫୁଟ ଫାଟ ସୁଷ୍ଟି ହେଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଓ ବନ୍ୟା ପରେ ନଦୀ ବନ୍ଧ ଧସିବାକୁ ଲାଗିଛି। ମୁଖ୍ୟତଃ ନିମ୍ନମାନର କାମ ହୋଇଥିବାରୁ ନଦୀ ବନ୍ଧ ବାରମ୍ବାର ଏଭଳି ଧସୁଥିବାର ଚିତ୍ର ସାମ୍ନାକୁ ଆସୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନଦୀ ବନ୍ଧରେ ଫାଟ ହେଉଥିବାରୁ, ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି।