ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା, ୯ ଜଣ କର୍ମଚାରୀ ଆହତ
![Accident at Rourkela steel plant, 9 workers injured](https://thesakala.in/wp-content/uploads/2024/07/rsp-rourkela.jpg)
ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା। ବ୍ଲାଷ୍ଟ ଫର୍ଣ୍ଣେସ- ୫ ରେ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ୯ ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।
ଦୁର୍ଘଟଣା ପରେ ଆହତମାନଙ୍କୁ ଇସ୍ପାତ୍ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଗ୍ୟାସ ଲିକ ହୋଇ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି।