ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼: ୬ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

ବର୍ଲିନ୍‌: ଜର୍ମାନୀର ହାମ୍‌ବର୍ଗ ଅଞ୍ଚଳର ଗୋଟାଏ ଚର୍ଚ୍ଚ ଭିତରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡର ୬ଜଣଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ କହିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Article Bottom (Mobile Only)

ପୋଲିସର ସୂଚନା ଅନୁଯାୟୀ, ଗତକାଲି ରାତିରେ ପ୍ରାର୍ଥନା ଚାଲିଥିବା ବେଳେ ସଂପୃକ୍ତ ଚର୍ଚ୍ଚ  କିଙ୍ଗଡମ୍‌ ହଲ୍‌ରେ ବହୁ ଲୋକ ରୁଣ୍ଡ ହୋଇଥିଲେ । ଏହି ସମୟରେ ଜଣେ ଦୁର୍ବୃତ୍ତ ଅତର୍କିତ ଭାବରେ ପଶିଆସି ପ୍ରାୟ ୧୦ ମିନିଟ୍ ପର୍ଯ୍ଯନ୍ତ ଗୁଳି ଚଳାଇଥିଲା । ଫଳରେ ଗୁଳିକାଣ୍ଡରେ ପ୍ରାୟ ୬ରୁ ଅଧିକଙ୍କ ଜୀବନ ଚାଲିଯାଇଛି । ଏହି ଗୁଳିମାଡ଼ରେ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ଘଟିଥିବା ପୋଲିସ ଅନୁମାନ କରୁଛି । ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ଟିକିନିଖି ଯାଞ୍ଚ କରୁଛି ପୋଲିସ୍‌ । ଏହାସହ ସ୍ଥାନୀୟ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.