ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାର୍ସଲ ଭିତରେ ନିଶାଦ୍ରବ୍ୟ ଚାଲାଣ ଘଟଣା: ୫ ଅଭିଯୁକ୍ତଙ୍କ ନାଁରେ ୨୪ ରାଜ୍ୟରେ ରହିଛି ୩୧୩ ମାମଲା

ଭୁବନେଶ୍ବର: ପାର୍ସଲ ଭିତରେ ନିଶାଦ୍ରବ୍ୟ ଚାଲାଣ ଘଟଣାରେ ବଡ଼ ଖୁଲାସା। ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପରେ ସେମାନଙ୍କ ନାଁ ରେ ୨୪ ରାଜ୍ୟରେ ୩୧୩ କେସ ଥିବା ଜାଣିବାକୁ ପାଇଛି କମିଶନରେଟ ପୁଲିସ। କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡୁ , ମହାରାଷ୍ଟ୍ର , ଉତ୍ତରାଖଣ୍ଡରେ ଅନେକ ବଡ଼ବଡ଼ିଆଙ୍କୁ ସେ ନିଜ ଜାଲରେ ଫଶାଇଛନ୍ତି। ରିମାଣ୍ଡରେ ଆସିବା ବେଳେ ୯ଟି ରାଜ୍ୟର ପୁଲିସ ସେମାନଙ୍କୁ ପଚରାଉଚରା କରିଛନ୍ତି । ଭିସି ଦ୍ୱାରା ମଧ୍ୟ ଅନେକ ତଥ୍ୟ ପାଇଛି ଅନ୍ୟ ରାଜ୍ୟର ପୁଲିସ। ସାରା ଦେଶରେ ଏହି ଅଭିଯୁକ୍ତ ୨୫ କୋଟି ଟଙ୍କାର ଠକେଇ କରିଛନ୍ତି । କମିଶନରେଟ ପୋଲିସ ୫୦ ଟି ମ୍ୟୁଲ ଆକାଉଣ୍ଟ ଫ୍ରିଜ କରିବା ସହ ୨ କୋଟି ଟଙ୍କା ଜବତ କରିଛି। ତେବେ ଆସନ୍ତୁ ଜାଣିବା କେମିତି ହେଉଥିଲା ଠକେଇ ।

ଆପଣ ମୁମ୍ୱାଇରୁ ତାଇୱାନ ପାର୍ସଲ ପଠାଉଥିଲେ କି ? ପାର୍ସଲ ଭିତରେ କାହିଁକି ଚାଲାଣ ହେଉଥିଲା ନିଶାଦ୍ରବ୍ୟ ? ଏଭଳି ପ୍ରଶ୍ନ ପଚାରି ଏତଲାକାରୀଙ୍କୁ ନିକଟକୁ ଆସିଥିଲା ଫେଡ଼େକ୍ସ ନାମକ ଏକ କୋରିୟର ସଂସ୍ଥା ନାମରେ କଲ । ପରେ ନିଜକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଧିକାରୀ କହି ପ୍ରଥମେ ସ୍କାଇପି ଜରିଆରେ ଭିଡିଓ କଲ କରି ଭୟଭୀତ କରିଥିଲେ ଛଦ୍ମବେଶୀ। ଏତଲାକାରୀଙ୍କ ଆଧାରକାର୍ଡ ନମ୍ବର ବ୍ୟବହାର କରି ବିଦେଶକୁ ନାର୍କୋଟିକ୍ସ କାରବାର ହୋଇଥିବା ଚେତାବନୀ ଦେଇଥିଲେ ।

ଏପରିକି ଏତଲାକାରୀଙ୍କ ସମସ୍ତ ପରିଚୟପତ୍ର ଅନଲାଇନରେ ରିସିଭ କରିବା ପରେ ଡିଜିଟାଲ ଆରେଷ୍ଟ କରିଥିଲେ ଅଭିଯୁକ୍ତ। ପରେ କମ୍ପରମାଇଜ ପାଇଁ ଦୁଇଟି ଆକାଉଣ୍ଟ ରେ ୩୬ ଲକ୍ଷ ଟଙ୍କା ନେଇଯାଇଥିଲେ। ୩୬ ଲକ୍ଷ ଟଙ୍କା ହରାଇଥିବା ଓଡିଶା ସରକାରଙ୍କ ଜଣେ ଉଚ୍ଚପଦସ୍ତ ଅଧିକାରୀ ସାଇବର ଥାନାରେ ଅଭିଯୋଗ କରିବା ପରେ ଆନ୍ଧ୍ରପ୍ରଦେଶର ଶେଖ ତାଜୁଦ୍ଦିନ, ମୁଚୁମାରି ଚିତ୍ତି ବାବୁ , ତ୍ରିପୁରାର ଡେଞ୍ଜ, ଜିତେନ କାଇପେଙ୍ଗ ଓ ଆସାମର ଜେମ୍ସ ଙ୍କୁ ଗିରଫ କରାଯାଇଛି । ଏହାସହ ୧୭ ଶହ ଡଲାର, ୨ଟି ଲାପଟପ, ୫୬ ଟି ଏଟିଏମ , ୨୦ ଟି ମୋବାଇଲ, ଏକ କାର ଜବତ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏମ ଟେକ ପାଠ ପଢିବା ସହିତ ମ୍ୟୁଲ ଆକାଉଣ୍ଟ ଜରିଆରେ ଠକେଇ ଟଙ୍କାକୁ କ୍ରିପ୍ଟ ରେ ବିନିଯୋଗ କରୁଥିଲା ବୋଲି କହିଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା।

Leave A Reply

Your email address will not be published.