ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଧିକ ଆତ୍ମବିଶ୍ୱାସୀ ନହୋଇ ପଡ଼ନ୍ତୁ ଭାରତୀୟ ଖେଳାଳି, ଫାଇନାଲ ପୂର୍ବରୁ ରୋହିତଙ୍କୁ ଗୁରୁମନ୍ତ୍ର ଦେଲେ ବିଶ୍ୱକପ୍ ବିଜେତା…..

ନୂଆଦିଲ୍ଲୀ : ଟି -୨୦ ବିଶ୍ୱକପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଥିବା ଫାଇନାଲ ମ୍ୟାଚକୁ ପୁରା ଦେଶ ଉତ୍ସାହର ସହିତ ଅପେକ୍ଷା କରିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଆଇସିସି ଟୁର୍ନାମେଣ୍ଟ ଜିତିବାକୁ ଆଶା ରଖିଥିବାବେଳେ ଭାରତ ୧୩ ବର୍ଷ ଧରି ଲାଗିରହିଥିବା ଆଇସିସି ଟ୍ରଫି ମରୁଡ଼ିକୁ ଶେଷ କରିବାକୁ ଚାହିଁବସିଛି।

ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଯେଉଁଥି ପାଇଁ ପ୍ରଥମ ଥର ଫାଇନାଲ୍‌ ଆସିଥିବା ଦକ୍ଷିଣ ଆଫ୍ରିକା ଏଭଳି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବାକୁ ଚାହିଁବନି। ଅନ୍ୟପଟେ ବିଶ୍ବକପ୍‌ର ସବୁଠୁ ଅଧିକ ଦାବିଦାର ଭାରତକୁ କୁହାଯାଉଥିଲା ବେଳେ ଆରମ୍ଭରୁ ଏହି ଦଳ ପ୍ରାଧାନ୍ୟ ବିସ୍ତାର କରିବା ସହିତ ଏଯାଏଁ ଅପରାଜେୟ ରହିଛି। ଏପରିକି ଗତବର୍ଷ ଦିନିକିଆ ବିଶ୍ବକପ୍‌ ଭଳି ଅବିକଳ ପ୍ରଦର୍ଶନ ଭାରତୀୟ ଦଳ ଏଥର ଟ୍ବେଣ୍ଟି-୨୦ରେ ଦେଇଛି। କିନ୍ତୁ ଟ୍ରଫି ଆଗରେ ଏଥର ଅଷ୍ଟ୍ରେଲିଆ ପ୍ରତିବନ୍ଧକ ଭାବେ ପ୍ରତୀୟମାନ ନାହିଁ।ଏଭଳିସ୍ଥିତିରେ ଭାରତ ଯେଉଁଭଳି ଭାବେ ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ପୂର୍ବ ବିଜେତାଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଛି, ଏହା ମଧ୍ୟ ଭାରତ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଯାଇଛି। ୧୧ ବର୍ଷର ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବାକୁ ରୋହିତ ଶର୍ମା ଲକ୍ଷ୍ୟ ରଖିଛନ୍ତି।

ଭାରତକୁ ସତର୍କ ରହିବାକୁ ପଡ଼ିବ

୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା କିର୍ତ୍ତୀ ଆଜାଦ କହିଛନ୍ତି ଯେ ଫାଇନାଲରେ ଭାରତର ଯୋଜନା କ’ଣ ହେବା ଉଚିତ। ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା ବିଷୟରେ କହିବା ଅତ୍ୟନ୍ତ କଷ୍ଟକର କାରଣ ସେମାନେ ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ନାମେଣ୍ଟର ଫାଇନାଲରେ ଖେଳୁଛନ୍ତି। ତେଣୁ ସେମାନେ ଫାଇନାଲରେ କିପରି ପ୍ରଦର୍ଶନ କରିବେ ତାହା ପୂର୍ବାନୁମାନ କରିବା କଷ୍ଟକର । କିନ୍ତୁ ହଁ, ସେମାନେ ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ ଏବଂ ଭାରତକୁ ଅତ୍ୟଧିକ ଆତ୍ମବିଶ୍ୱାସ ନହେବା ପାଇଁ ସତର୍କ ରହିବାକୁ ପଡିବ। କାରଣ ଅଧିକ ଆତ୍ମବିଶ୍ୱାସୀ ହୋଇ ଭାରତ ପୂର୍ବରୁ ବହୁବାର ପରାଜୟ ବରଣ କରିଥିବା ଦେଖାଯାଇଛି।

କିର୍ତ୍ତୀ ଆଜାଦ ଆହୁରି କହିଛନ୍ତି, “ ସେମିଫାଇନାଲରେ ଆମେ ଦେଖିଥିଲେ ପିଚ୍‌ରେ ବଲ୍ ଅଧିକ ବାଉନ୍ସ କରୁନଥିଲା, ବଲ୍‌ ସବୁବେଳେ ତଳେ ରହୁଥିଲା। ଆମକୁ ସତର୍କ ରହିବାକୁ ପଡିବ ଏବଂ ସେମାନଙ୍କୁ ଏକ ଭଲ ଲକ୍ଷ୍ୟ ଦେବାକୁ ପଡିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପରଠାରୁ ଭାରତୀୟ ବୋଲିଂ ଆକ୍ରମଣ ଉତ୍କୃଷ୍ଟ ଥିଲା ଏବଂ ଅକ୍ଷର ପଟେଲ ଏବଂ ଜସପ୍ରୀତ ବୁମ୍ରା ଏହି ଟୁର୍ନାମେଣ୍ଟର ତାରକା ବୋଲର ରହିଛନ୍ତି। ସେମିଫାଇନାଲରେ ତାଙ୍କର ଚମତ୍କାର ପ୍ରଦର୍ଶନ କରିିଥିବା ବେଳେ ଫାଇନାଲରେ ମଧ୍ୟ ସେମିତି ପଦର୍ଶନ କରିବେ ବୋଲି ଆଶା କରିବା।

ରୋହିତ ସବୁଠାରୁ ବଡ ପ୍ଲସ୍ ପଏଣ୍ଟ 

ରୋହିତ ଶର୍ମା ଭାରତୀୟ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ଚଳିତ ଟି-୨୦ ଟୁର୍ନାମେଣ୍ଟରେ ଭାରତୀୟ ଅଧିନାୟକ ତାଙ୍କ ଦଳ ପାଇଁ ୨୪୮ ରନ୍ ସଂଗ୍ରହ କରିଛନ୍ତି। ସେ ଏହି ଟି -୨୦ ବିଶ୍ୱକପରେ ତୃତୀୟ ସର୍ବାଧିକ ରନ୍ ସ୍କୋରର। କିର୍ତ୍ତୀ ଆଜାଦ ଆହୁରି କହିଛନ୍ତି, ମୁଁ ନିଶ୍ଚିତ ଯେ ଭାରତୀୟ ଦଳ ଯେପରି, ଆମେ ଭଲ ପ୍ରଦର୍ଶନ କରିବୁ ଏବଂ ବିଶ୍ୱକପ ଜିତିବୁ। ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ହୋଇଛି, ବିଶେଷକରି ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲଙ୍କ ଭଳି ବୋଲରମାନେ ଭଲ ବୋଲିଂ କରୁଛନ୍ତି। ଭାରତର ବୋଲିଂ ଆକ୍ରମଣ ସର୍ବୋତ୍ତମ। ଆମ ଦଳ ପାଇଁ ସବୁଠୁ ବଡ ପ୍ଲସ୍ ପଏଣ୍ଟ ହେଉଛି ରୋହିତଙ୍କ ବ୍ୟାଟିଂ।

Leave A Reply

Your email address will not be published.