ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମା’ ସାଜିଲା ଡାହାଣୀ : ନିଜେ ବିଷ ପିଇବା ସହ ୪ ବର୍ଷ ଶିଶୁପୁତ୍ରକୁ ବିଷ ପିଆଇଲା

ବାରିପଦା : ମା ସାଜିଲା ଡାହାଣୀ। ଜନ୍ମ କଲା ପୁଅକୁ ବିଷ ପିଆଇବା ସହ ମା’ ନିଜେ ବିଷ ପିଇ ଦେଇଛି। ମାତ୍ର ୪ ବର୍ଷର ଶିଶୁପୁତ୍ର ସହ ମା ବିଷ ପିଇ ଗୁରୁତର ହୋଇଛନ୍ତି। ଉଦଳା ଥାନା ନାବରା କଲୋନୀ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଉଭୟ ମାଆପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁସାରେ, କଲୋନୀ ଗାଁର ଆଲୋକ ବାଘଡାଙ୍କ ସ୍ତ୍ରୀ ସବିତା ରାଉତ ଆଜି ମଧ୍ୟାହ୍ନରେ ହଠାତ ଘର ଭିତରକୁ ପଶି ଯାଇଥିଲେ। ଭିତର ପଟୁ କବାଟ ବନ୍ଦ କରିବା ସହ ବର୍ଷର ଶିଶୁପୁତ୍ର ରାଜେଶ ବାଘଡାକୁ ସାଙ୍ଗରେ ନେଇ ନିଜେ ବିଷ ପିଇବା ସହିତ ଶିଶୁପୁତ୍ରକୁ ବିଷ ପିଆଇଥିଲା। କିଛି ସମୟ ପରେ ସ୍ବାମୀ ଆଲୋକ ଘର ବାହାରେ ବସି ଖାଉଥ‌ିବା ବେଳେ ହଠାତ ଶିଶୁପୁତ୍ର ବାହାରକୁ ଆସି ବାନ୍ତି କରିଥିଲା। ବାନ୍ତି କରିବା ପରେ ବିଷ ଗନ୍ଧ ଆସିବାରୁ ପରିବାର ଲୋକେ ଛୋଟ ପିଲାଟି ବିଷ ପିଇଥ‌ିବା ଜାଣିବାକୁ ପାଇଥିଲେ। ଏହା ସହିତ ମା ସବିତା ମଧ୍ୟ ବିଷ ପିଇଥବା ଜାଣି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ମା ଏବଂ ଶିଶୁପୁତ୍ରଙ୍କ ଅବସ୍ଥା ଗୁରୁତର ଥ‌ିବା ବେଳେ ଉଭୟ ଏବେ ଜୀବନ ସହିତ ସଂଘର୍ଷରତ ରହିଛନ୍ତି। ଏଭଳି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.