ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୦୩-୦୭-୨୦୨୪)

ମେଷ: ଦିନଟି ଭଲରେ କଟିବ। ପରିବାରର ସହଯୋଗ ମିଳିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲବୁଝାମଣା ରହିବ। ଘରେ ପୂଜାପାଠର ଆୟୋଜନ କରିବେ। ଯାନବାହନ କ୍ରୟ କରିପାରନ୍ତି। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ବୃଷ: ଜମିବାଡ଼ି କିଣିବା ଯୋଗ ଅଛି। ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। କୌଣସି ଶୁଭ ସମାଚାର ପ୍ରାପ୍ତ ହେବ। ସେୟାର ବଜାରରେ ନିବେଶ କରିବେ। ମହିଳାଙ୍କ ଦାୟିତ୍ବ ବଢ଼ିବ।

ମିଥୁନ: ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ବ୍ୟବସାୟରେ ପରିବର୍ତ୍ତନ ଅାଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଧାର୍ମିକ ପୁସ୍ତକ ପ୍ରତି ରୁଚି ବଢ଼ିବ। ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ : ଦିନଟି ବ୍ୟସ୍ତତା ଭିତରେ କଟିବ। ଛାତ୍ରଛାତ୍ରୀ ପଢ଼ାରେ ମନୋନିବେଶ କରିବେ। ଉଚ୍ଚଶିକ୍ଷା ପାଇଁ ଅନୁକୂଳ ସମୟ। କଥାବାର୍ତ୍ତାରେ ମଧୁରତା ରଖୀବେ। ଅଚାନକ ଖୁସି ଖବର ପାଇ ପାରନ୍ତି।

ଏଥିସହିତ ପଢ଼ନ୍ତୁ

ସିଂହ: ପରିବାର ସହ ଯାତ୍ରା ଯୋଗ ରହିଛି। ଘରକୁ ଅତିଥି ଆଗମନ କରିବେ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଦିନଟି ହସଖୁସିରେ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।

କନ୍ୟା: ପରିବାରରେ କୌଣସି ସଦସ୍ୟଙ୍କୁ ନେଇ ଚିନ୍ତାରେ ରହିବେ। ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସଫଳ ହେବେ। ରିୟଲ ଇଷ୍ଟେଷ୍ଟ ବ୍ୟବସାୟରେ ଲାଭ ହେବ। ବନ୍ଧୁଙ୍କ ଦ୍ବାରା ଧନପ୍ରାପ୍ତି ଯୋଗ ରହିଛି।

ତୁଳା: ବ୍ୟସ୍ତତା ଭିତରେ ପରିବାର ପାଇଁ ସମୟ ବାହାର କରିବେ। ମନ ପ୍ରସନ୍ନ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ମନପସନ୍ଦର କୌଣସି କାର୍ଯ୍ୟ କରିବେ। ବିବାହକୁ ନେଇ ଶୁଭ ସମାଚାର ମିଳିବ।

ବିଛା: ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ। ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ। ବୈବାହିକ ଜୀବନରେ ମନୋମାଳିନ୍ୟ ଆସିବ।

ଧନୁ: ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। ନୂଆ ଯାନବାହନ କିଣିବାର ଯୋଗ ଅଛି। କୌଣସି ନୂଆ କାମ ମିଳିବ। ନିବେଶ ପାଇଁ ଭଲ ସମୟ। କାମ ପାଇଁ ପ୍ରଶଂସିତ ହେବେ।

ମକର: ରାଜନୀତିରେ କ୍ୟାରିୟର ପାଇଁ ଭଲ ସମୟ ରହିବ। ନୂଆ ଲୋକଙ୍କୁ ଭେଟିବାର ସୁଯୋଗ ଜୁଟିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

କୁମ୍ଭ: ସଫଳତା ପାଇଁ ଅଧିକ ପରିଶ୍ରମ କରିବେ। ପରିବାରର ସହଯୋଗ ମିଳିବ। ଚାକରିେର ପଦୋନ୍ନତି ସମ୍ଭାବନା ରହିଛି। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମୀନ: ବିବାହ ସ୍ଥିର ହେବ। ଫୋନ୍‌ରେ କଥାବାର୍ତ୍ତାରେ ଅଧିକ ସମୟ ଅତିବାହିତ କରିବେ। କୌଣସି ନୂଆ ବିଷୟ ପ୍ରତି ଆଗ୍ରହ ବଢ଼ିବ। ବିଦେଶ ଯାତ୍ରା ଯୋଗ ରହିବ।

Leave A Reply

Your email address will not be published.