ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରିଟେନରେ ବଦଳିଲା ସରକାର; ନିର୍ବାଚନରେ କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ବହୁମତ

ଲଣ୍ଡନ: ବ୍ରିଟେନରେ ଶେଷ ହେଲା ସୁନକ ରାଜ୍ । ବ୍ରିଟେନ ନିର୍ବାଚନରେ କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ମିଳିଛି ବହୁମତ । ୧୪ ବର୍ଷ ପରେ ବ୍ରିଟେନରେ କ୍ଷମତାଚ୍ୟୁତ ହେଲା କଞ୍ଜରଭେଟିଭ୍ ପାର୍ଟି । ନିର୍ବାଚନରେ ଋଷି ସୁନକଙ୍କ ପରାଜୟ ହେବା ପରେ ବିଜୟୀ କେର୍ ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିର୍ବାଚନରେ କଞ୍ଜରଭେଟିଭ୍ ପାର୍ଟିର ପରାଜୟ ପାଇଁ ନିଜକୁ ମଧ୍ୟ ଦାୟୀ କରିଛନ୍ତି ନେତା ଋଷି ସୁନକ ।

ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନରେ ବଦଳିଲା ସରକାର । ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ୍ ଗଣତି ହୋଇଥିଲା। ନିର୍ବାଚନ ଜିତିବା ପରେ ଲେବର ପାର୍ଟି ନେତା କେର୍ ଷ୍ଟାରମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ। ଇଂଲଣ୍ଡ, ସ୍କଟଲାଣ୍ଡ, ୱେଲ୍ସ ଓ ଉତ୍ତର ଆୟର୍ଲାଣ୍ଡର ୬୫୦ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହୋଇଥିଲା । ନିର୍ବାଚନରେ ଲେବର ପାର୍ଟି ୩୭୮ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଥିବାବେଳେ ସୁନକଙ୍କୁ ୯୨ଟି ଆସନ ମିଳିଛି ଏବଂ ଅନ୍ୟାନ୍ୟ ପାଇଛନ୍ତି ୯୦ଟି ଆସନ ।

Leave A Reply

Your email address will not be published.