ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ଶେଷରେ ଘରକୁ ଫେରିଛନ୍ତି। ବାର୍ବାଡୋସରୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ପରେ ଟିମ ଇଣ୍ଡିଆର ସମସ୍ତ ଖେଳାଳି ହୋଟେଲ ଅଭିମୁଖେ ଯାତ୍ରା କରିଥିଲେ। ହୋଟେଲ୍‌ର କେକ୍‌ କାଟି ସେଲିବ୍ରେସଶନ ପରେ ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ନିବାସ ଯାଇଥିଲେ। ସେଠାରେ ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଭେଟିବା ପରେ ବେଶ୍‌ ଖୁସି ଥିବା ଜଣାପଡୁଥିଲେ। ପରେ ସେ ହାତରେ ବିଶ୍ୱକପ୍‌ ଟ୍ରଫି ଧରି ଖେଳାଳିଙ୍କ ସହ ଫଟୋ ଉଠାଇଥିଲେ। ଅଧିନାୟକ ରୋହିତ ଶର୍ମା, ବ୍ୟାଟ୍ସମ୍ୟାନ ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ରିଷଭ ପନ୍ତ ଏବଂ କୋଚ ରାହୁଲ ଦ୍ରାବିଡଙ୍କ ସମେତ ସମସ୍ତ ୧୫ ଖେଳାଳି ମୋଦିଙ୍କୁ ଭେଟିଥିଲେ।

Leave A Reply

Your email address will not be published.