ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ : ଯୌତୁକ ହତ୍ୟା ଅଭିଯୋଗ ଆଣିଲେ ଘର ଲୋକେ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ଗାଁରେ ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଗତକାଲି ସ୍ବାମୀଙ୍କର ଅନୁପସ୍ଥିତିରେ ରଶି ଲଗାଇ ଆତ୍ମହତ୍ୟା କରିଛି ନବ ବିବାହିତା ବୋହୂ।

ଅଭିଯୋଗ ଅନୁସାରେ ରାଜଘରପୋରୀ ପଞ୍ଚାୟତର ସଦର ସାହିର ନକୁଳ ମହାନ୍ତିଙ୍କ ଝିଅ ମାନସୀ ସହିତ ଇରମ ପଞ୍ଚାୟତର ରଥପଦାର ନାଥବୈରାଗୀ ଦାସବେହେରାଙ୍କ ପୁଅ ବିରୁପାକ୍ଷଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରିବାର ପକ୍ଷରୁ ମାନସୀର ବିବାହ କରିବା ପାଇଁ ବରପାତ୍ର ଦେଖି ର୍ନିବନ୍ଧ ସରିବା ପରେ ଖବର ପାଇ ବିରୁପାକ୍ଷ ପ୍ରେମୀକାକୁ ଉଠାଇ ନେଇଥିଲେ। ବିରୁପାକ୍ଷ କୋଲକାତାର ଏକ ହୋଟେଲରେ କାମ କରୁଥିବାରୁ ପ୍ରେମିକ ଓ ପ୍ରେମିକା ଲିଭିଙ୍ଗ୍ ରିଲେସନସିପରେ ଏକ ବର୍ଷରୁ ଊର୍ଦ୍ଧ୍ବ କାଳ ରହିଲେ। ମଇ ମାସ ୧୦ ତାରିଖରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହେଲା। ପ୍ରେମିକାର ପରିବାରକୁ ବିବାହ ସମ୍ପର୍କରେ ଜଣାଇ ଥିଲେ। ଝିଅ ପରିବାର ବିବାହରେ ସହଯୋଗ କରିବାକୁ ପୁଅ ପକ୍ଷରୁ ଜଣାଇ ଥିଲେ । ହେଲେ ମାନସୀଙ୍କ ପରିବାର ଲୋକ ବିବାହରେ ଯୋଗ ଦେଲେନାହିଁ। ଧୁମ ଧାମରେ ହସ ଖୁସିର ପରିବେଶ ମଧ୍ଯରେ ବିବାହ ସରିଲା।

ବିରୁପାକ୍ଷ କୋଲକାତାର କାମକୁ ଫେରିଗଲା। ଗତ ଦୁଇ ତିନିଦିନ ଧରି ବିରୁପାକ୍ଷ ଓ ପତ୍ନୀଙ୍କ ମଧ୍ଯରେ ଫୋନରେ କଥା କଟାକଟି ଲାଗି କଥା ହେଉ ନଥିଲେ । ଗତକାଲି ଖାଇ ପିଇ ସାରି ସମସ୍ତେ ଶୋଇଲେ । ଅଭିମାନୀ ପ୍ରେମିକାର ମନ ବିଷାଦରେ ପରିଣତ ହେଲା । ଶେଷରେ ଜୀବନ ହରାଇବାକୁ ଦୃଢ ନିଷ୍ପତ୍ତି ନେଇ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଶଦ୍ଦ ଶୁଣି ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରିଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ମାନସୀ ପରିବାର ପହଞ୍ଚି ପାଟିତୁଣ୍ଡ କରିଥିଲେ। ଝିଅକୁ ମାରି ଦେଇଥିବାର ଅଭିଯୋଗ କରିଛନ୍ତି ଝିଅର ମାଆ।

Leave A Reply

Your email address will not be published.