ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛୋଟ ନିବେଶକଙ୍କ ପାଇଁ ସେବିର ବଡ଼ ପ୍ରୟାସ : ଡିମାଟ୍ ଆକାଉଣ୍ଟର ସର୍ବନିମ୍ନ ନିବେଶ ସୀମା ୧୦ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ : ଶେୟାର ବଜାରରେ ଛୋଟ ନିବେଶକଙ୍କ ଭାଗିଦାରିତା ବୃଦ୍ଧି କରିବା ପାଇଁ ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଛୋଟ ଛୋଟ ନିବେଶକଙ୍କ ଉପରେ ପଡୁଥିବା ବୋଝକୁ କମ୍ କରିବା ପାଇଁ ସେବି ବେସିକ ସର୍ଭିସ୍ ଡିମାଟ ଆକାଉଣ୍ଟର ସର୍ବନିମ୍ନ ରାଶିରେ ବୃଦ୍ଧି ଘଟାଇଛି। ଏହି ଅନୁଯାୟୀ ଛୋଟ ନିବେଶକଙ୍କ ପାଇଁ ଡିମାଟ୍ ଆକାଉଣ୍ଟରେ ନିବେଶ ସୀମା ବୃଦ୍ଧି ହୋଇଛି। ଚଳିତବର୍ଷ ସେପ୍ଟେମ୍ବର ପହିଲାରୁ ଏହି ନୂଆ ସୀମା ପ୍ରଯୁଜ୍ୟ ହେବ। ବଜାର ନିୟାମକଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କାରଣ ଏହା ଷ୍ଟକ୍ ବଜାରରେ ଛୋଟ ନିବେଶକଙ୍କ ଆଗ୍ରହକୁ ଅଧିକରୁ ଅଧିକ ବୃଦ୍ଧି କରିବ। ଏହାଫଳରେ ଡିମାଟ୍ ଆକାଉଣ୍ଟର ସର୍ବନିମ୍ନ ନିବେଶ ରାଶି ସୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। ପୂର୍ବରୁ ଏହି ସୀମା ୨ ଲକ୍ଷ ଟଙ୍କା ରହିଥିବାବେଳେ ଏବେ ତାହାକୁ ୧୦ ଲକ୍ଷ ଟଙ୍କା କରାଯାଇଛି।

ନୂଆ ନିୟମରେ ଯଦି ନିବେଶକଙ୍କ ପୋର୍ଟଫୋଲିଓର ମୂଲ୍ୟ ୪ ଲକ୍ଷ ଟଙ୍କା, ତେବେ ସେମାନଙ୍କ ପାଇଁ ବାର୍ଷିକ ଶୁଳ୍କ ଶୂନ ହେବ। ଯଦି ଏହି ପରିମାଣ ୪ ଲକ୍ଷରୁ ୧୦ ଲକ୍ଷ ଟଙ୍କା ତେବେ ନିବେଶକମାନଙ୍କୁ ବାର୍ଷିକ ୧୦୦ ଟଙ୍କା ଦେୟ ଦେବାକୁ ପଡିବ। ଯଦି ଜଣେ ନିବେଶକଙ୍କ ପୋର୍ଟଫୋଲିଓର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ, ତେବେ ବିଏସ୍‌ଡିଏ ଆକାଉଣ୍ଟ ଆପେ ଆପେ ନିୟମିତ ଡିମାଟ ଆକାଉଣ୍ଟରେ ପରିଣତ ହୋଇଯିବ। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ସେବି ବିଏସ୍‌ଡିଏ ଆକାଉଣ୍ଟ ଆରମ୍ଭ କରିଥିଲା, ଯାହା ଡିମାଟ୍ ଆକାଉଣ୍ଟର ଏକ ସରଳ ଫର୍ମାଟ୍। ଯାହାଫଳରେ ଛୋଟ ନିବେଶକମାନଙ୍କୁ ସେମାନଙ୍କ ପୋର୍ଟଫୋଲିଓରେ କମ୍ ଦେୟ ଦେବାକୁ ପଡିବ।

ତେବେ ଖାତାଧାରୀଙ୍କୁ ଇଲେକ୍ଟ୍ରୋନିକ ଷ୍ଟେଟମେଣ୍ଟ ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। କେବଳ ଫିଜିକାଲ ଷ୍ଟେଟମେଣ୍ଟ ପାଇଁ ୨୫ଟଙ୍କା ଦେବାକୁ ପଡ଼ିବ। ମ୍ୟୁଚୁଆଲ୍ ଫଣ୍ଡ ଏବଂ ଡିପୋଜିଟୋରୀ ଆର୍‌ଟିଏକୁ ଡିଫଲ୍ଟ ଭାବରେ ଇମେଲ ମାଧ୍ୟମରେ ଏକତ୍ରିତ ଆକାଉଣ୍ଟ ଷ୍ଟେଟମେଣ୍ଟ ପଠାଇବାକୁ ପଡିବ। ଏ ସମ୍ପର୍କରେ ସେବି କହିଛି ଯେ ଏକତ୍ରିତ ଆକାଉଣ୍ଟ ଷ୍ଟେଟମେଣ୍ଟ ପଠାଇବା ବାଧ୍ୟତାମୂଳକ ହେବ। ସେବି ମଧ୍ୟ ଏଥିପାଇଁ ଏକ ସର୍କୁଲାର ଜାରି କରିଛି। ଯେଉଁଥିରେ କୁହାଯାଇଥିଲା ଯେ ଏହି ନୂତନ ଢ଼ାଞ୍ଚା ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ। ଯଦି ଜଣେ ନିବେଶକ ଇ-ମେଲ ମାଧ୍ୟମରେ ସିଏଏସ୍‌ ଗ୍ରହଣ କରିବାକୁ ଚାହୁଁନାହାଁନ୍ତି, ତେବେ ସେ ଏହାକୁ ଫିଜିାକଲ ଭାବରେ ମଧ୍ୟ ଗ୍ରହଣ କରିପାରିବେ।

Leave A Reply

Your email address will not be published.