ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ୟାଙ୍କର ଧକ୍କାରେ ସ୍କୁଟି ଚାଳକ ମୃତ

ସୁନ୍ଦରଗଡ଼: ହେମଗିରି ଥାନା ଅନ୍ତର୍ଗତ ଗର୍ଜନବାହାଲ-ବଲିଙ୍ଗା ରାସ୍ତାରେ ଶୁକ୍ରବାର ସକାଳେ ଟ୍ୟାଙ୍କର ( ଓଡି୧୬ଡି – ୯୮୨୮) ଏକ ସ୍କୁଟି (ଓଡି୧୬ଜି – ୧୧୭୩)କୁ ଧକ୍କା ଦେଇଛି। ଏଥିରେ ସଂପୃକ୍ତ ସ୍କୁଟି ଚାଳକ ଡୁଡକା ଗ୍ରାମର ଏମଡି. ସରିଫ ଖାନ୍‌ (୨୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସରିଫ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ଟ୍ୟାଙ୍କରଟି ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କର ଚାଳକ ଗାଡିକୁ ଛାଡି ଫେରାର ହୋଇ ଯାଇଛନ୍ତି। ଅଭିଯୋଗ ପାଇ ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ମାମଲା ରୁଜୁ କରା ଯାଇ ଦୁର୍ଘଟଣା ଘଟାଇଥିବା ଚାଳକଙ୍କୁ ଧରିବାକୁ ଉଦ୍ୟମ କରା ଯାଉଛି।

Leave A Reply

Your email address will not be published.