ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୨୯-୦୬-୨୦୨୪)

ମେଷ: ଅଫିସ୍‌ କାର୍ଯ୍ୟ ପ୍ରଭାବିତ ହେବ। ଆର୍ଥିକ ସମସ୍ୟା ଦେଖାଦେବ। ଖାଦ୍ୟପାନୀୟ ପ୍ରତି ଧ୍ୟାନ ରଖିବେ। ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେବ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

ବୃଷ: ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ସମସ୍ୟାକୁ ସାମ୍ନା କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ମନ ପ୍ରସନ୍ନ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ନୂଆ କାର୍ଯ୍ୟ ଆରମ୍ଭ କରିବେ। ବିଦେଶ ଯାତ୍ରା ଯୋଗ ରହିଛି। ପରିବାର ସହିତ ହସଖୁସିରେ ସମୟ ଅତିବାହିତ କରିବେ।

କର୍କଟ: ଶାନ୍ତ ଓ ଖୁସି ମନରେ ସମସ୍ତ କାମ ପୂରା କରିବେ। ନିବେଶରୁ ଲାଭ ମିଳିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ଜୀବନସାଥୀଙ୍କ ସହ ବୁଲିବାକୁ ଯିବେ। ଆଇଟି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସିଂହ: ବ୍ୟବସାୟରେ ବିରୋଧୀଙ୍କୁ ସାମ୍ନା କରିବେ। ନୂଆ କାମରେ ବନ୍ଧୁ ତଥା ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ବିବାହ ପ୍ରସ୍ତାବ ସ୍ଥିର ହେବ। ଦେବ କାର୍ଯ୍ୟରେ ମନୋଯୋଗ ଦେବେ।

କନ୍ୟା: ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ବାପାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ।

ତୁଳା: କୋର୍ଟକଚେରୀ ମାମଲାରେ ବିଜୟ ଲାଭ କରିବେ। ପାରିବାରିକ ବିବାଦ ଦେଖା ଦେବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ।

ବିଛା: ଅନଲାଇନ୍ ବ୍ୟବସାୟୀଙ୍କୁ ଲାଭ ମିଳିବ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେବ। ଭାଇ-ଭଉଣୀଙ୍କ ସମ୍ପର୍କ ମଜଭୁତ ହେବ। ଦାମ୍ପତ୍ୟ ଜୀବନ ଅଶାନ୍ତି ଭିତରେ ଗତି କରିବ।

ଧନୁ: କର୍ମ ଚଞ୍ଚଳ ରହିବେ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଅଫିସ୍‌ କାର୍ଯ୍ୟରେ ସମସ୍ୟା ଆସିବ। ସମୟ ପୂର୍ବରୁ କାମ ଶେଷ କରିବେ। ଆୟର ନୂତନ ମାର୍ଗ ଉନ୍ମୋଚନ ହେବ।

ମକର: ଆୟଠୁ ଅଧିକ ବ୍ୟୟ ହେବ। ପରିବାର ସଦସ୍ୟଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ହେବେ। ଅଯଥା ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ।

କୁମ୍ଭ: ଧାର କରଜରୁ ଦୂରେଇ ରହିବେ। ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ।

ମୀନ: ଦିନଟି ବ୍ୟସ୍ତତା ଭିତରେ କଟିବ। ପରିବାରରେ ହସଖୁସିର ପରିବେଶ ରହିବ। ଖେଳାଳୀଙ୍କ ପାଇଁ ଅନୁକୂଳ ସମୟ। ଧନଲାଭ ଯୋଗ ଅଛି। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

Leave A Reply

Your email address will not be published.