ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୧୬-୧୨-୨୦୨୩)

ମେଷ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। ଅଭିଭାବକମାନେ ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତା କରିବେ। ଦୀର୍ଘ ଦିନ ଧରି ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ। ବିରୋଧୀମାନଙ୍କଠାରୁ ଦୂରେଇ ରୁହନ୍ତୁ।

ବୃଷ: ଆଜି ଦିନଟି ବେଶ୍‌ ହସଖୁସିରେ ବିତିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରିେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କାର୍ଯ୍ୟକ୍ଷେତ୍ରରେ ଭଲ ଫଳାଫଳ ପାଇବେ।

ମିଥୁନ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ରହିବ। ଅକସ୍ମାତ୍‌ ଧନଲାଭ ଯୋଗ ରହିଛି। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇବେ। କଳା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ।

କର୍କଟ: ପୁରୁଣା ବନ୍ଧୁଙ୍କ ସହଯୋଗ ଲୋଡ଼ିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ବୃଦ୍ଧି ପାଇବ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଉଧାର ଦେଇଥିବା ଟଙ୍କା ବିଳମ୍ବରେ ଫେରିପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସିତ ହୋଇପାରନ୍ତି। ବ୍ୟବସାୟରେ ଅବନତି ଦେଖାଦେବ। ଅନ୍ୟଙ୍କୁ କଟୁ କଥା କୁହନ୍ତୁ ନାହିଁ। ଅତିଥି ସେବାରେ ଦିନ ବିତିବ।

କନ୍ୟା: ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। ଅକସ୍ମାତ୍‌ ଅତିଥିଙ୍କ ଆଗମନ ହୋଇପାରେ। ରାଜନୀତି କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କ ମାନସମ୍ମାନରେ ବୃଦ୍ଧି ହେବ। ପିଲାମାନେ ଖେଳକୁଦରେ ସମୟ ବିତାଇବେ।

ତୁଳା: ବ୍ୟବସାୟରେ ସଫଳତା ପାଇବେ। ପ୍ରତିଦ୍ବନ୍ଦ୍ବୀମାନଙ୍କ ସହ ବାଦବିବାଦ ଦେଖାଦେବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପୁରୁଣା ରୋଗ ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିପାରନ୍ତି।

ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ମାନସିକ ଅବସାଦ ଲାଗି ରହିବ। କର୍ମକ୍ଷେତ୍ରରେ ବିଭିନ୍ନ ବାଧାପ୍ରତିବନ୍ଧକ ଉପୁଜିପାରେ। ଆର୍ଥିକସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ଧନୁ: ନୂତନ ଜମି କିଣିବାକୁ ଚାହୁଁଥିଲେ, ବର୍ତ୍ତମାନ ଭଲ ସମୟ। ଧନପ୍ରାପ୍ତି ଯୋଗ ରହିଛି। ପରିବାର ସହିତ ସମୟ ବିତାଇବାକୁ ଭଲ ସମୟ। ମହିଳାମାନେ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ନିୟୋଜିତ ରହିେବ।

ମକର : ପାରିବାରିକ ସମସ୍ୟା ଲାଗି ରହିବ। ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ନ୍ତୁ। ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ। ନିଜର ବ୍ୟକ୍ତିଗତ କଥା ଅନ୍ୟ କାହାକୁ ଜଣାନ୍ତୁନି।

କୁମ୍ଭ: ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ମାନସିକ ଅବସାଦରେ ରହିପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ରୁହନ୍ତୁ।

ମୀନ: ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ। ଆଜିର ଦିନରେ ଜଗିରଖି ଚଳିବା ଭଲ।

Leave A Reply

Your email address will not be published.