ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ସ୍ୟାଣ୍ଡ୍ ଆନିମେସନ୍

ବ୍ରହ୍ମପୁର : ଶ୍ରୀମଣ୍ଡିତ ହୋଇଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗତକାଲି ଶ୍ରୀନଅରରେ ଯଜ୍ଞର କର୍ତ୍ତା ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟବରଣ କରିବା ସହ ଗୁଆ ଟେକିଥିଲେ। ଏଥିସହ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିଲା। ଆଜି ହୋଇଛି ଅଙ୍କୁରପୂଜନ। ଆସନ୍ତା ୧୫, ୧୬ ଓ ୧୭ ତାରିଖ ଯଜ୍ଞ ମନ୍ତ୍ର ଧ୍ୱନିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୃଷ୍ଟିହେବ ଆଧ୍ୟାତ୍ମିକ ପରିବେଶ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାରିଆଡ଼େ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ସମାଜର ବିିଭିନ୍ନ ବର୍ଗର ଲୋକେ ନିଜକୁ ଏହି ଭବ୍ୟ, ଆଧ୍ୟାତ୍ମିକ ଘଟଣା ସହ ନିଜକୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରଖିବାକୁ ତତ୍ପର।

ଏହାକୁ ନଜରରେ ରଖି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିଜ ବାଲୁକା କଳାରେ ଏହି ଅଦ୍ୱିତୀୟ ଈଶ୍ବରୀୟ କାର୍ଯ୍ୟକୁ ପ୍ରତିଫଳିତ କରିଛନ୍ତି। ତାଙ୍କ ସ୍ୟାଣ୍ଡ୍ ଆନିମେସନରେ ଦେଖିବାକୁ ମିଳୁଛି ଯଜ୍ଞ କୁଣ୍ଡ, ପୂଜା ହେବା ସ୍ଥାନ, ଭକ୍ତଙ୍କ ଆରାଧନା ଆଦି ଦୃଶ୍ୟ। ସମସ୍ତ ବିଶ୍ବବାସୀ ଜଗା କାଳିଆ ପ୍ରେମରେ ବାନ୍ଧି ହୋଇ ରହିବା ବାର୍ତ୍ତା ତାଙ୍କ ବାଲୁକା କଳାରୁ ପ୍ରଚାରିତ ହେଉଛି। ଯାହା ବହୁତ ସୁନ୍ଦର ଭାବେ ଶିଳ୍ପୀ ସତ୍ୟ ଦଶାଇଛନ୍ତି।

Leave A Reply

Your email address will not be published.