ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଥଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜୁଲାଇ ୬ରୁ ୯ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ

ଭୁବନେଶ୍ବର : ପୁରୀ ରଥଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଆଗାମୀ ଜୁଲାଇ ୬ ତାରିଖରେ ଓଡ଼ିଶା ଆସିବେ ବୋଲି ଜଣାଯାଇଛି। ସେ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ। ଏହାପରେ ସେ ଜୁଲାଇ ୬ରୁ ୯ ତାରିଖ ମଧ୍ୟରେ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଏବେଠାରୁ ଆରମ୍ଭ ପ୍ରସ୍ତୁତି ହୋଇଛି। ଏଥି ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୯ ତାରିଖରେ ନାଇଜରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ଆସନ୍ତା ୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା। ତେଣୁ ଏ ଦୃଷ୍ଟିରୁ ଏବର୍ଷର ରଥଯାତ୍ରା ବିରଳ। ଏ ବର୍ଷ ଅଣସର ୧୩ ଦିନିଆ ପକ୍ଷ ପଡ଼ିଛି। ତେଣୁ ରଥଯାତ୍ରା ପୂର୍ବଦିନ ଅର୍ଥାତ୍‌‌ ଜୁଲାଇ ୬ ତାରିଖରେ ପଟିଦିଅଁଙ୍କଠାରୁ ରଥଖଳାକୁ ଆଜ୍ଞାମାଳ ବିଜେ ହେବ। ସେହିଦିନ ରଥଖଳାରୁ ତିନିରଥକୁ ସିଂହଦ୍ୱାର ସମ୍ମୁଖକୁ ନିଆଯିବ। ୬ ତାରିଖ ରାତି ୨ଟାରେ ଦ୍ୱାରଫିଟି ନେତ୍ରୋତ୍ସବ ନୀତି ହେବ। ରାତି ୨ଟାରେ ହେବ ମଙ୍ଗଳ ଆଳତି।

ଏହାପରେ ମଇଲମ, ଅବକାଶ, ଦଶାବତାର ଠାକୁର ବାହୁଡା ବିଜେ ଆଦି ନୀତିକାନ୍ତି କରାଯାଇ ୭ ତାରିଖ ସକାଳ ୬ରୁ ୭ଟା ମଧ୍ୟରେ ଗୋପାଳବଲ୍ଲଭ ଓ ଘଣ୍ଟଛତା ସକାଳ ଧୂପ (ଖେଚୁଡି ଭୋଗ) ସରିବ। ସକାଳ ସାଢ଼େ ୭ରୁ ମଧ୍ୟାହ୍ନ ସା‌ଢ଼େ ୧୨ଟା ମଧ୍ୟରେ ଶ୍ରୀଅଙ୍ଗରେ ସେନାପଟା ଲାଗି ହେବ। ପୂର୍ବାହ୍ନ ୧୧ଟାରେ ରଥ ପ୍ରତିଷ୍ଠା, ଅପରାହ୍ଣ ୧ଟାରେ ମଙ୍ଗଳାର୍ପଣ ହୋଇ ୧ଟା ୧୦ରେ ଆରମ୍ଭ ହେବ ପହଣ୍ଡି। ୧ଘଣ୍ଟା ୨୦ ମିନିଟ୍‌‌ ମଧ୍ୟରେ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଶେଷ କରାଯିବାକୁ ସମୟ ନିର୍ଘଣ୍ଟ ହୋଇଛି। ଅର୍ଥାତ୍‌‌ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ସରିବ। ୩ଟା ମଧ୍ୟରେ ମଦନମୋହନ, ରାମ ଓ କୃଷ୍ଣଙ୍କୁ ରଥରେ ବିଜେ କରାଯିବ। ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ସାଢ଼େ ୪ଟା ସୁଦ୍ଧା ଚାରମାଳ ଫିଟାଯାଇ ଘୋଡ଼ା ଓ ସାରଥି ଲାଗିବେ। ଏହାପରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।

Leave A Reply

Your email address will not be published.