ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲିଟର ପିଛା ୨୦ ଟଙ୍କା କମିବ ପେଟ୍ରୋଲ ଓ ଡିଜେଲ ଦର! ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଲା କେନ୍ଦ୍ର

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲକୁ କେନ୍ଦ୍ର ସରକାର ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନକୁ ଆଣିବାକୁ ବିଚାର କରୁଛନ୍ତି। ଯଦି ଏହା ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟିବ। ଏପରି ପରିସ୍ଥିତିରେ ଖୁଚୁରା ବଜାରରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୭୫ ଟଙ୍କାରେ ମିଳିବ। ଦେଶରେ ଦୀର୍ଘ ଦିନ ହେବ ପେଟ୍ରୋଲ ୧୦୦ ଟଙ୍କ ଉପରେ ଏବଂ ଡିଜେଲ ଶହେ ଟଙ୍କା ନିକଟତର ରହିଛି। ତଥାପି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଢିକ ପ୍ରତି ଲିଟର ପେଟ୍ରୋଲ ଏବଂ ଡିଜେଲରେ ୩୫ ଟଙ୍କାରୁ ଅଧିକ ଅର୍ଥ ରୋଜଗାର କରୁଛନ୍ତି।

ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅର୍ଥମନ୍ତ୍ରୀ ଜିଏସ୍‌ଟି ଅଧୀନକୁ ପେଟ୍ରୋଲ ଏବଂ ଡିଜେଲ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତଥିବା କହିଥିଲେ। ବର୍ତ୍ତମାନ ରାଜ୍ୟଗୁଡିକୁ ଏ ବାବଦରେ ନିଷ୍ପତ୍ତି ନେବାକୁ ପଡିବ। ରାଜ୍ୟଗୁଡିକ ଏକାଠି ହୋଇ ଏହାର ଜିଏସ୍‌ଟି ହାର ସ୍ଥିର କରିବେ। ବର୍ତ୍ତମାନ ସରକାରମାନେ ୧ ଲିଟର ପେଟ୍ରୋଲରେ ୩୫.୨୯ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରୋଜଗାର କରୁଛନ୍ତି।

ଉଦାହରଣ ସ୍ବରୂପ ସମ୍ପ୍ରତି, ଯେତେବେଳେ ଆପଣ ଦିଲ୍ଲୀରେ ୯୪.୭୨ ଟଙ୍କା ମୂଲ୍ୟରେ ଏକ ଲିଟର ପେଟ୍ରୋଲ ଭରନ୍ତି, ସେଥିରୁ ୩୫.୨୯ ଟଙ୍କା ଟିକସ ଭାବରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକେଟ୍‌କୁ ଯାଇଥାଏ। ବର୍ତ୍ତମାନ ପ୍ରତ୍ୟେକ ରାଜ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ଲାଗୁ କରୁଛନ୍ତି। କେନ୍ଦ୍ର ମଧ୍ୟ ଏହାର ଟିକସ ଏବଂ ସେସ୍ ପୃଥକ ଭାବରେ ସଂଗ୍ରହ କରିଥାଏ। ପେଟ୍ରୋଲ ଏବଂ ଡିଜେଲର ମୂଳ ମୂଲ୍ୟ ବର୍ତ୍ତମାନ ୫୫.୪୬ ଟଙ୍କା ରହିଛି। ଏଥିପାଇଁ କେନ୍ଦ୍ର ସରକାର ୧୯.୯୦ ଟଙ୍କା ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି। ଏହା ପରେ ରାଜ୍ୟ ସରକାରମାନେ ନିଜସ୍ୱ ଅନୁସାରେ ଭାଟ୍ ଏବଂ ସେସ୍ ସଂଗ୍ରହ କରିଥାନ୍ତି। ଏହି କାରଣରୁ, ତେଲ ଦର ମୂଳ ମୂଲ୍ୟଠାରୁ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଥାଏ ।

ଯଦି ସରକାର ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ଅଧୀନକୁ ଆଣନ୍ତି, ତେବେ ସେମାନଙ୍କର ମୂଲ୍ୟ ଲିଟର ପିଛା ୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏହା ବ୍ୟତୀତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସମଗ୍ର ଦେଶରେ ସମାନ ହେବ। ଉଦାହରଣ ସ୍ୱରୂପ, ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୪.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୭.୬୨ ଟଙ୍କା ରହିଛି। ଦେଶରେ ମହାରାଷ୍ଟ୍ରର ପରଭଣୀରେ ପେଟ୍ରୋଲ ଏବଂ ଡିଜେଲ ସବୁଠାରୁ ମହଙ୍ଗା ରହିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୦୭.୩୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୭୪ ଟଙ୍କାରେ ବିକ୍ରି ହେଉଛି। ଏହା ପଛକୁ ରାଜସ୍ଥାନର ଶ୍ରୀଗଙ୍ଗାନଗରଠାରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୬.୨୬ ଟଙ୍କା ଏବଂ ଡିଜେଲର ୯୧.୬୦ ଟଙ୍କାରେ ପହଞ୍ଚିଛି। ଶେଷ ଥର ପାଇଁ ଚଳିତବର୍ଷ ମାର୍ଚ୍ଚ ୧୪ରେ ଲୋକସଭା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ ପାଇଥିଲା।

Leave A Reply

Your email address will not be published.