ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ମେଡିକାଲ ଅଫିସର ପରୀକ୍ଷା ଫଳ, ୨ହଜାର ୩୯୨ଜଣ କୃତକାର୍ଯ୍ୟ

କଟକ :ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ମେଡିକାଲ ଅଫିସର ପଦବୀ ପୂରଣ ପାଇଁ ହୋଇଥିବା ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ରାଜ୍ୟରେ ୨ ହଜାର ୩୯୨ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସରକାରୀ ଡାକ୍ତରଖାନାରେ ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇବେ ।

ଅନ୍ୟପକ୍ଷରେ ୧୮୮ଜଣ ପରୀକ୍ଷାର୍ଥୀ ପ୍ରମାଣପତ୍ର ଯାଞ୍ଚବେଳେ ଅକୃତକାର୍ଯ୍ୟ ହୋଇଛନ୍ତି । ତନ୍ମଧ୍ୟରୁ କିଛି ପ୍ରମାଣପତ୍ର ଯାଞ୍ଚ ସମୟରେ ଅନୁପସ୍ଥିତ ଥିବାବେଳେ ଆଉ କିଛି ଇଣ୍ଟନସିପ କରିନଥିବାରୁ ସେମାନଙ୍କୁ ଅକୃତ୍ୟକାର୍ଯ୍ୟ ଘୋଷଣା କରାଯାଇଥିବା (ଓପିଏସସି) ପକ୍ଷରୁ କୁହାଯାଇଛି । ସୂଚନା ଥାଉକି, ଗତ ଅକ୍ଟୋବର ୮ତାରିଖରେ ମେଡିକାଲ ଅଫିସର ପଦବୀ ର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.