ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରିରେ ବୁଡି ବୃଦ୍ଧ ମୃତ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ପଞ୍ଚାୟତ ସୀଙ୍ଗିପୁର ଗ୍ରାମରେ ଗୁରୁବାର ଭୋରୁ ପୋଖରିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ସିଙ୍ଗିପୁର କାଳୁପାତ୍ର ସାହିର ରଘୁ ସାହୁ(୭୦) ।

ସୂଚନା ମୁତାବକ ରଘୁ ଗୁରୁବାର ଭୋରୁ ଗ୍ରାମରେ ଥିବା ରାଧିପୋଖରିକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରିରେ ଗାଧୋଉଥିବା ସମୟରେ ହଠାତ୍ ଗୋଡ ଖସି ଯିବାରୁ ପୋଖରୀ ଭିତରକୁ ଚାଲିଯାଇଥିଲେ । ପୋଖରି ଗାଧୋଉଥିବା ଅନ୍ୟ ଲୋକ ମାନେ ରଘୁକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାକାର ଡାକ୍ତର ରଘୁକୁ ମୃତ ଘୋଷଣା କରିଥିଲେ। ରଘୁଙ୍କ ବୋହୁ ପାଟପୁର ଥାନାରେ ଜଣାଇବା ପରେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ଵାଇଁ ଡାକ୍ତରଖାନାରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଅପମୃତ ମାମଲା ୦୭/୨୪ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।

Leave A Reply

Your email address will not be published.