ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁଲାଇରୁ ନୂଆ ନିୟମ : ଏଲ୍‌ପିଜି ସିଲିଣ୍ଡରଠାରୁ କ୍ରେଡିଟ୍ କାର୍ଡ ଯାଏ ସବୁ ବଦଳିବ

ନୂଆଦିଲ୍ଲୀ : ଜୁନ୍ ମାସ ସରିବାକୁ ଯାଉଛି, ଆରମ୍ଭ ହେବ ବର୍ଷର ସପ୍ତମ ମାସ ଜୁଲାଇ। ତେବେ ନୂଆ ମାସରୁ ଅନେକ କିଛି ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ। ଯାହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ୍‌ ଉପରେ ପଡିବ। ଜୁଲାଇରୁ ଏଲପିଜି ସିଲିଣ୍ଡରଠାରୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ଯାଏ ସବୁର ନିୟମରେ ପରିବର୍ତ୍ତନ ଘଟିବାର ସମ୍ଭବନା ରହିଛି।

ନୂଆ ମାସରୁ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ସଂଶୋଧନ କରିବାର ସମ୍ଭାବନା ରହିଛି। ଦୀର୍ଘ ଦିନ ହେବ ୧୪ କେ.ଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି। ତେବେ ଲୋକସଭା ନିର୍ବାଚନ ଶେଷ ହୋଇଥିବାରୁ ବର୍ତ୍ତମାନ ଏଲପିଜି ସିଲିଣ୍ଡର ମୂଲ୍ୟ ବଢ଼ିପାରେ। ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଟିଏଫ ଏବଂ ସିଏନଜି-ପିଏନଜି ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ତେଣୁ ଜୁଲାଇରୁ ଏହାର ନୂଆ ମୂଲ୍ୟ ଘୋଷଣା କରିପାରନ୍ତି ତୈଳ ମାର୍କେଟିଂ କମ୍ପାନୀ।

ଅନ୍ୟ ଏକ ଖବର ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ  (ଆର୍‌ବିଆଇ) ନୂତନ ନିୟମ ଅନୁଯାୟୀ, ଭାରତ ବିଲ୍ ପେମେଣ୍ଟ ସିଷ୍ଟମ୍ (ବିବିପିଏସ୍) ମାଧ୍ୟମରେ କ୍ରେଡିଟ୍ କାର୍ଡ ଦେୟ ପ୍ରଦାନ କରାଯିବ। ଯାହା ଡିଜିଟାଲ୍ ପେମେଣ୍ଟ ଉପରେ ସିଧାସଳଖ ପ୍ରଭାବ ପକାଇବ।

ଏହାଛଡା ଜୁଲାଇ ପରିଲାରୁ ଟ୍ରାଇ ମୋବାଇଲ୍ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି, ଯେଉଁଥିରେ ସିମ୍ କାର୍ଡ ପୋର୍ଟ ନିୟମ ବଦଳିଯିବ। ଏହି ଅନୁୂଯାୟୀ, ଯଦି ଆପଣଙ୍କର ସିମ୍ କାର୍ଡ କୌଣସି କାରଣରୁ ନଷ୍ଟ ହୋଇଯାଏ, ତେବେ ଆପଣ ତୁରନ୍ତ ନୁହେଁ ୭ ଦିନ ପରେ ସିମ୍ କାର୍ଡ ପାଇବେ। ଏହାବ୍ୟତୀତ ଜୁଲାଇ ପ୍ରମାସର ଥମ ଦିନରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କୁ ମଧ୍ୟ ବଡ଼ ଝଟକା ଦେଇପାରେ। ଗତ ୩ ବର୍ଷ ହେବ କୌଣସି କାରବାର ହୋଇ ନ ଥିବା ଆକାଉଣ୍ଟ ଏବଂ ଜିରୋ ବାଲାନ୍ସ ଥିବା ଆକାଉଣ୍ଟକୁ ବନ୍ଦ କରି ଦିଆଯାଇପାରେ। ଜୁନ୍ ୩୦ ପରେ ଏହିସବୁ ଆକାଉଣ୍ଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.