ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏକାମ୍ରରେ ବିକାଶର ନୂଆ ଅଧ୍ୟାୟ : ୧୬୦ କୋଟି ଟଙ୍କାର ୪ଟି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲା ବିକାଶର ନୂଆ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ୧୫୯.୨୯କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ଶୁକ୍ରବାର ଶିଳାନ୍ୟାସ କରିଛନ୍ତି । ଯେଉଁଥିରେ ପନୀୟ ଜଳ ଯୋଗାଣ, ଦୟା ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ରାସ୍ତାର ପ୍ରଶସ୍ତୀକରଣ, ବିଦ୍ୟୁତ ସବ୍‌ଷ୍ଟେସନ ନିର୍ମାଣ, ପର୍ଯ୍ୟଟନର ବିକାଶ ପ୍ରଭୃତି କାର୍ଯ୍ୟ ସାମିଲ ଅଛି । ଲିଙ୍ଗିପୂର ଗ୍ରାମ ପଞ୍ଚାୟତର ଜାଡୁମଲ୍ଲି ମନ୍ଦିର ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାଶ କରିଥିଲେ ।
ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ପ୍ରକଳ୍ପ ଗୁଡିକର କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ । ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଲିଙ୍ଗିପୁର, ଇଟିପୁର ଏବଂ ଟିକରପଡା ପଞ୍ଚାୟତର ଦୟା ଦକ୍ଷିଣ ପାଶ୍ୱର୍ ନଦୀ ବନ୍ଧର ସାଢେ ଆଠ କିଲୋମିଟର ଦୁଇ ଥାକିଆ ରାସ୍ତା ନିର୍ମାଣ । ଯାହାକୁ ପୂର୍ତ୍ତ ବିଭାଗ ୨୨କୋଟି ଟଙ୍କାରେ ନିର୍ମାଣ କରିବ । ନଦୀବନ୍ଧ ରାସ୍ତାର ସୈନ୍ଦର୍ଯୀକରଣ ପାଇଁ ଦୁଇ ପାଶ୍ୱର୍ରେ ବୃକ୍ଷ ରୋପଣ କରାଯିବ । ଏକାମ୍ରବାସୀଙ୍କ ସମେତ ପିପିଲି ଏବଂ ଜଟଣୀ ବାସିନ୍ଦା ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ । ସେହିପରି ଧଉଳି ନିକଟସ୍ଥ ଦୟା ନଦୀ ଗର୍ଭରେ ଜଳ ସଂରକ୍ଷଣ ବ୍ୟବସ୍ଥା ଗଠନ ବା ଇନ୍‌ ଷ୍ଟ୍ରିମ ଷ୍ଟୋରେଜ ଷ୍ଟକଚର୍‌ ନିର୍ମାଣ ହେବ । ଜଳ ସମ୍ପଦ ବିଭାଗ ଏହି ପ୍ରକଳ୍ପ ପାଇଁ ୭୭.୭୪କୋଟି ଟଙ୍କା ଖର୍ଚ୍ଚ କରିବ । ଯାହାଦ୍ୱାରା ଆଖ ପାଖ ଅଞ୍ଚଳରେ ଭୂତଳ ଜଳ ସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୁର ହେବ ।
ଏହାସହ ଏଠାରେ ଭବିଷ୍ୟତରେ ପର୍ଯ୍ୟଟନ ବିକାଶ ପାଇଁ ବୋଟ ଚାଲିବାକୁ ମଧ୍ୟ ଯୋଜନା କରାଯାଇଛି । ଏଠାରେ ବୋଟ ଚାଲିଲେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବେ ପରିଗଣିତ ହେଉଥିବା ଧଉଳୀ ପର୍ଯ୍ୟଟନ ସ୍ଥଳୀକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆକୃଷ୍ଠ ହେବେ । ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨.୫୫କୋଟି ଟଙ୍କାରେ ବାସୁଆଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ, ଶିଶୁପାଳ ଗଡ, ଇଟିପୂର୍‌, ଟିକରପଡ଼ା ପ୍ରଭୁତି ଛଅଟି ଗ୍ରାମପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାସୁଅଘାଇ ଦୟା ନଦୀ ଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେବ । ଇଟିପୁର ଠାରେ ମଧ୍ୟ ଟିପିସିଏଲ ପକ୍ଷରୁ ୧୭କୋଟି ଟଙ୍କାର ଏକ ୩୩କେଭି ଗ୍ରିଡ ସବ୍‌ ଷ୍ଟେସନ ନିର୍ମାଣ କାର୍ଯ୍ୟକୁ ଶିଳାନ୍ୟାସ କରାଯାଇଛି । ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ପ୍ରାୟ ୧୬୦କୋଟି ଟଙ୍କାର ୪ପ୍ରକଳ୍ପର ଶିଳାନ୍ୟାସ ଏକାମ୍ର ନିର୍ବଚନ ମଣ୍ଡଳୀ ବାସୀଙ୍କ ପାଇଁ ନୂଆବର୍ଷ ଭେଟି ଅଟେ । ଏକାମ୍ର ନିର୍ବଚନ ମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁ ସମୟରେ ପ୍ରସ୍ତୁତ । ଏହା ହେଉଛି ତାହାର ଏକ ଅଂଶ ବିଶେଷ । ଅନ୍ୟଅତିଥି ମାନଙ୍କ ମଧ୍ୟରେ ବିଧାୟକ ଉତ୍ତର ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Leave A Reply

Your email address will not be published.