ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୋଡବନ୍ଧ ଗ୍ରାମରେ ଚାଞ୍ଚଲ୍ୟ : ଗତକାଲିଠୁ ନିଖୋଜ ଥିବା ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା

ଜଗନ୍ନାଥ ପ୍ରସାଦ : ଜଗନ୍ନାଥ ପ୍ରସାଦ ଥାନା କଦୁଆ ପଞ୍ଚାୟତ ଅଧୀନ ଯୋଡବନ୍ଧ ଗ୍ରାମର ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ଜଣକ ହେଉଛନ୍ତି କାଦୁଆ ଯୋଡବନ୍ଧ ଗ୍ରାମର ଲଡ଼ୁ କିଶୋର ସାହୁଙ୍କ ମଧ୍ୟମ ପୁତ୍ର ଚିତରଞ୍ଜନ ସାହୁ (୪୩) । ତେବେ କୌଣସି ଦୁର୍ବୁର୍ତ୍ତ ଧାରୁଆ ଅସ୍ତ୍ରରେ ଯୁବକର ଯୌନାଙ୍ଗ କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଜଗନ୍ନାଥ ପ୍ରସାଦ ପୁଲିସ ପହଂଚି ଶବକୁ ଜବତ କରିଥିବା ବେଳେ କିଛି ଦୂରରୁ ପୁଲିସ ବ୍ଲେଡ, ଚପଲ ଏବଂ ମୋବାଇଲ ପାଇଛି । ବିଭିନ୍ନ ଦିଗକୁ ତଦନ୍ତ କରି ହତ୍ୟାର କାରଣ ଖୋଜୁଛି ପୁଲିସ । ବଜାରରେ ଥିବା ସିସିଟିଭ ଫୁଟେଜ ଯାଞ୍ଚ ସହ ଚାନଭିନ ଜାରିରଖିଛି ।

ସୂଚନାପ୍ରକାରେ ଚିତ ରଞ୍ଜନ ଗତକାଲି ସଂଧ୍ୟା ଠାରୁ ଘରକୁ ଯାଇନଥିଲେ । ବିଳମ୍ବ ହେବାରୁ ତାଙ୍କ ବଡ଼ଭାଇ ସିମାଞ୍ଚଳ ସାହୁ ଏବଂ ଜେଜେବାପା ଦଣ୍ଡପାଣି ସାହୁ ଆସି ଯୋଡବନ୍ଧ ଛକ ଓ ବିଭିନ୍ନ ସ୍ଥାନ ଖୋଜାଖୋଜି ପରେ ଚିତ୍ତରଞ୍ଜନକୁ ପାଇନଥିଲେ । ଆଜି ସକାଳୁ ଗ୍ରାମକୁ ଯିବା ରାସ୍ତା ପାର୍ଶ୍ୱରେ ଥିବା କାଜୁ ତୋଟା ନିକଟକୁ ଯାଇ ଖୋଜିବା ବେଳେ ଚିତ୍ତରଞ୍ଜନର ଚପଲକୁ ପାଇଁ ଚିନ୍ହଟ କରିଥିଲେ । ଚପଲ ଠାରୁ ଅଳ୍ପ ଦୂର ଗୁଡିଖାତ ଚାଷ ଜମି ହୁଡ଼ାରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ ।

Leave A Reply

Your email address will not be published.