ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନ୍ଧବିଶ୍ୱାସର କରୁଣ ପରିଣତି : ପଡୋଶୀଙ୍କ କୁରାଢି ଚୋଟରେ ବୃଦ୍ଧାଙ୍କ ମୁଣ୍ଡ ଗଣ୍ଡି ଅଲଗା

ବାରିପଦା :ଅନ୍ଧବିଶ୍ୱାସର କରୁଣପରିଣତି । ପଡୋଶୀ ବିଧବା ମହିଳାଙ୍କୁ ଜଣେ ଯୁବକ ନୃଶଂସ ଭାବେ ହତ୍ୟା କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ବଡ଼ସାହି ଥାନା କେନ୍ଦୁଡିହା ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମର ବାବୁଲି ମହାକୁଡ(୩୫) ।
ମୃତା ମହିଳା ଜଣଙ୍କ ହେଲେ ଗୌରି ବେହେରା(୭୨)।

ବାବୁଲି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ପଡୋଶୀ ଗୌରିଙ୍କୁ ଗାଁ ଦାଣ୍ଡରେ ଅତି ନୃଶଂସ ଭାବେ କୁରାଢିରେ ହାଣି ପକାଇଛନ୍ତି । ଫଳରେ ଗୌରିଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇପଡିଛି । ଘଟଣା ଭିଆଇବା ପରେ ବାବୁଲିକୁ ଗ୍ରାମବାସୀ ଅଟକ ରଖି ବଡ଼ସାହି ପୁଲିସକୁ ଖବର ଦେବାରୁ ଆଇଆଇସି ଉମାଶଙ୍କର ନାୟକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରି କୁରାଢିକୁ ଜବତ କରିଛନ୍ତି । ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ପରବର୍ତ୍ତୀ ତଦନ୍ତ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।

Leave A Reply

Your email address will not be published.