ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦାର୍ଜିଲିଂରେ ଟ୍ରେନ୍‌ ଦୁର୍ଘଟଣା : କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପିଟିଲା ମାଲବାହୀ ଟ୍ରେନ୍‌, ବହୁ ଯାତ୍ରୀ ଆହତ

କୋଲକାତା : ପଶ୍ଚିମବଙ୍ଗର ଦାର୍ଜିଲିଂରେ ଟ୍ରେନ୍‌ ଦୁର୍ଘଟଣା। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛ ପଟରୁ ଧକ୍କା ମାରିଛି ମାଲବାହୀ ଟ୍ରେନ୍‌। ଦୁର୍ଘଟଣାରେ ଯାତ୍ରୀବାହୀ କାଞ୍ଚନଜଙ୍ଗା ଏକ୍ସପ୍ରେସର ତିନିଟି ବଗିର ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।


ସୂଚନା ମୁତାବକ, କଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଠିଆ ହୋଇଥିବା ବେଳେ ମାଲବାହୀ ଟ୍ରେନ୍ ପଛପଟୁ ଆସି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରେନର ୩ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।


ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ଉଦ୍ଧାର କାର୍ଯ୍ୟ ପାଇଁ ଡିଏମ୍, ଏସପି, ଡାକ୍ତରୀ ଟିମ୍, ଆମ୍ବୁଲାନ୍ସ ଓ ଉଦ୍ଧାରକାରାୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥି ସହିତ ସେହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ପ୍ରାଇଭେଟ୍‌ ହସ୍ପିଟାଲକୁ ଆଲର୍ଟ କରାଯାଇଛି।

Leave A Reply

Your email address will not be published.