ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାର୍ତ୍ତିକ ପାଣ୍ଡିଆନକୁ ଭେଟିଲେ ଜଗଦୀଶ ପାରିଖ, ଇନ୍ଫୋଭ୍ୟାଲିରେ ସ୍ଥାପନ ହେବ ଉଚ୍ଚଶିକ୍ଷା ପ୍ରତିଷ୍ଠାନ

ଭୁବନେଶ୍ୱର : ଭିଲେ ପାର୍ଲେ କେଲାଭଣି ମଣ୍ଡଳ ଟ୍ରଷ୍ଟ ପକ୍ଷରୁ ଓଡିଶା ପ୍ରକଳ୍ପର ଅଧ୍ୟକ୍ଷ ଜଗଦିଶ ପାରିଖ, ସେକ୍ରେଟେରୀ ଡଃ ଜୟନ୍ତ ଗାନ୍ଧୀ ଓ କ୍ୟାମ୍ପସ ପ୍ରତିନିଧି ରଜତ ଅଗ୍ରୱାଲ ପ୍ରମୁଖ ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଛନ୍ତି। ଶ୍ରୀ ପାଣ୍ଡିଆନଙ୍କୁ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ ଶିକ୍ଷା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଭିଲେ ପାର୍ଲେ କେଲାଭଣି ମଣ୍ଡଳ ଟ୍ରଷ୍ଟ ପକ୍ଷରୁ ଇନ୍ଫୋଭାଲୀ ଠାରେ ଏକ ମ୍ୟାନେଜମେଣ୍ଟ ଇନ୍ଷ୍ଟିଚ୍ୟୁଟ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ସହଯୋଗ ଯୋଗାଇ ଦେଇଥିବାରୁ ସେମାନେ ଖୁସିବ୍ୟକ୍ତ କରିବା ସହିତ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଓଡିଶାକୁ ଏକ ଅଗ୍ରଣୀ ଶିକ୍ଷା ହବ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମର ଉଚ୍ଚ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.