ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୮ରେ ଖୋଲିପାରେ ରତ୍ନଭଣ୍ଡାର : ୨୦ ଦିନ ଧରି ଚାଲିବ ଗଣତି ଓ ମଣତି କାମ, ଆସୁଛନ୍ତି ଜଷ୍ଟିସ ଅରଜିତ୍ ପଶାୟତ

ଜଷ୍ଟିସ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥÒଲେ ନବୀନ ସରକାର

ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାରରେ ଶ୍ରୀଜୀଉଙ୍କ ରତ୍ନର ଗଣତି ହେବ। ତତ୍‌କାଳୀନ ନବୀନ ପଟ୍ଟନାୟକ ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଯାଞ୍ଚ କରିବେ। କମିଟିର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍‌ ପଶାୟତ ଆସନ୍ତା ୪ ତାରିଖ ଦିନ ଓଡ଼ିଶାରେ ପହଞ୍ଚିବେ ଓ ୫ ତାରିଖରେ ଯାଞ୍ଚ କମିଟି ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଜୁଲାଇ ୮ରୁ ୨୭ ତାରିଖ ଯାଏଁ ୧୯ଦିନ ଧରି ରତ୍ନଭଣ୍ଡାର ଯାଞ୍ଚ କରିବେ। ଏହି ସମୟରେ ଅଳଙ୍କାର ଗଣନା ହେବା ନେଇ ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି।

ରତ୍ନଭଣ୍ଡାର ଯାଞ୍ଚ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଷ୍ଟିସ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ୧୨ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିରେ ବିଖ୍ୟାତ ହୃଦରୋଗ ବିଶେଷଜ୍ଞ ଡା. ରମାକାନ୍ତ ପଣ୍ଡା, ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ବିଧୂଭୂଷଣ ସାମଲ, ଚାଟାର୍ଡ ଆକାଉଣ୍ଟାଣ୍ଟ ଏ.କେ.ସାବତଙ୍କ ସହ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମନ୍ଦିର ପ୍ରଶାସନ କମିଟି, ଏଏସ୍‌ଆଇ ପ୍ରତିନିଧି ସଦସ୍ୟ ରହିଛନ୍ତି। ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରିବା ସମୟରେ ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ପୂର୍ବରୁ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ତଦନୁସାରେ ଆସନ୍ତା ୮ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.