ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ଫେରିଲା ବିଶ୍ବ ବିଜେତା ଟିମ୍‌ ଇଣ୍ଡିଆ : ଦିଲ୍ଲୀରେ ଭବ୍ୟ ସ୍ବାଗତ, ସନ୍ଧ୍ୟାରେ ହେବ ଗ୍ରାଣ୍ଡ ସେଲିବ୍ରେସନ୍

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍‌ର ୯ମ ସଂସ୍କରଣରେ ଟାଇଟଲ ହାସଲ କରିବା ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ସ୍ବଦେଶ ଫେରିଛି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଟିମ୍‌ ଇଣ୍ଡିଆ ଦିଲ୍ଲୀ ବିମାନ ବନ୍ଦରରେ ସକାଳୁ ପହଞ୍ଚିବା ପରେ ପ୍ରଶଂସକଙ୍କ ମାନେ ଭବ୍ୟ ସ୍ବାଗତ କରିଛନ୍ତି। ବିଶ୍ୱ ବିଜୟୀ ଟିମର ଗୋଟିଏ ଝଲକ ପାଇବା ପାଇଁ ଗତକାଲି ରାତିରୁ ବିମାନବନ୍ଦର ନିକଟରେ ପ୍ରବଳ ଭିଡ ଜମିଥିଲା।

ଗତ ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲର ଟିମ୍ ଇଣ୍ଡିଆ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବବିଜୟୀ ହୋଇଥିଲା। ଏହା ପରେ ଭାରତ ରବିବାର ସ୍ବଦେଶ ଫେରିବା କଥା କିନ୍ତୁ ୱେଷ୍ଟଇଣ୍ଡିଜର ବାରବାଡୋସରେ ବାତ୍ୟା ଯୋଗୁଁ ଫସି ରହିଥିଲା ଭାରତୀୟ ଟିମ୍। ବାତ୍ୟା ପାଇଁ ବିମାନ ସେବା ବନ୍ଦ ରହିଥିଲା। ବୁଧବାର ସ୍ଥିତି ସୁଧୁରିବା ପରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯାଇ ଖେଳାଳିମାନଙ୍କୁ ସ୍ବଦେଶ ନେଇ ଆସିଛି। ଗତକାଲି ସନ୍ଧ୍ୟାରେ ବାର୍ବୋଡସର ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ଟିମର ଖେଳାଳି,ସପୋର୍ଟ ଟିମ୍ ଏବଂ ସାମ୍ବାଦିକମାନଙ୍କୁ ନେଇ ଭାରତ ଫେରିଛି।

୧୭ ବର୍ଷ ତଳେ ପ୍ରଥମ ଟି-୨୦ ବିଶ୍ୱକପ୍‌ ଜିତିଥିବା ମହେନ୍ଦ୍ର ସିଂ ଧୋନିଙ୍କ ଭାରତୀୟ ଦଳକୁ ଯେଉଁଭଳି ଭାବେ ସ୍ୱାଗତ କରାଯାଇଥିଲା, ଠିକ ସେହିପରି ରୋହିତଙ୍କ ନେତୃତ୍ୱାଧୀନ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଦଳ ପ୍ରଥମେ ଟିମ୍‌ ହୋଟେଲ ଯାଇଛି। ଏହାପରେ ସେଠାରୁ ଖେଳାଳିମାନେ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ତାଙ୍କୁ ଭେଟିବେ। ସେଠାରେ ଦଳର ସ୍ୱାଗତ ସମାରୋହ ହେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଖେଳାଳିମାନେ ଜଳଖିଆ କରିବେ। ଏହାପରେ ଖେଳାଳିମାନେ ମୁମ୍ବାଇ ପ୍ରସ୍ଥାନ କରିବେ। ମୁମ୍ବାଇରେ ସନ୍ଧ୍ୟା ୫ଟାରେ ନରିମାନ ପଏଣ୍ଟରୁ ୱାଙ୍ଖଡେ ଷ୍ଟାଡିୟମ ପର୍ଯ୍ୟନ୍ତ ଖୋଲା ଛାତ ଥିବା ବସରେ ଖେଳାଳିମାନେ ଭିକ୍ଟ୍ରୀ ପରେଡ ଅର୍ଥାତ ବିଜୟ ଶେଭାଯାତ୍ରା ଭାଗ ନେବେ। ଶେଷରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଳିମାନଙ୍କୁ ସମ୍ମାନୀତ କରାଯିବା ସହ ନଗତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

ବିଜୟ ଯାତ୍ରାରେ ଯୋଗ ଦେବାକୁ ପ୍ରଶଂସକଙ୍କୁ ରୋହିତଙ୍କ ନିମନ୍ତ୍ରଣ

ଏହି ବିଜୟ ଯାତ୍ରରେ ଯୋଗ ଦେବାକୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ସାହା ନିମନ୍ତ୍ରଣ କରିଛନ୍ତି। ଖାସ୍‌ କରି ମେରାଇନ ଡ୍ରାଇଭ ଓ ୱାଙ୍ଖଡେ ଷ୍ଟାଡିୟମରେ ଉପସ୍ଥିତ ରହିବାକୁ ସେ ପ୍ରଶଂସକଙ୍କୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ଅନୁରୋଧ ଜଣାଇଛନ୍ତି। ଜୟ ଶାହା ମଧ୍ୟ ଏକ୍ସ ମାଧ୍ୟମରେ ଗୁରୁବାର ୫ଟାରେ ଦଳର ବିଜୟ ଯାତ୍ରାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି।

୨୦୦୭ରେ ଧୋନିଙ୍କ ଦଳକୁ ସ୍ୱାଗତ କରାଯାଇଥିଲା

ଦକ୍ଷିଣ ଆଫ୍ରିକାରେ ୨୦୦୭ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହେବା ପରେ ମହେନ୍ଦ୍ର ସିଂ ଧୋନିଙ୍କ ଭାରତୀୟ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଖୋଲା ବସରେ ଦଳ ଯାତ୍ରା କରିଥିଲା ଓ ମେରାଇନ୍‌ ଡ୍ରାଇଭ୍‌ରେ ବହୁ ସଂଖ୍ୟାରେ ପ୍ରଶଂସକ ଦଳକୁ ସ୍ୱାଗତ କରିଥିଲେ।

Leave A Reply

Your email address will not be published.