ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡାଟା ବ୍ୟବହାରରେ ଭାରତ ଆଗରେ : ୨୦୨୯ ସୁଦ୍ଧା ୫ଜି ମୋବାଇଲ୍ ଉପଭୋକ୍ତା ସଂଖ୍ୟା ୮୬ କୋଟି ଛୁଇଁବ

ନୂଆଦିଲ୍ଲୀ : ଦେଶରେ ବଢ଼ିବାରେ ଲାଗିଛି ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା। ୨୦୨୩ରେ ଦେଶରେ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧୩୦ ନିୟୁତ ରହିଥିଲା। ୨୦୨୯ ସୁଦ୍ଧା ଏହି ସଂଖ୍ୟା ୮୬୦ ନିୟୁତରୁ ଅଧିକ ଅର୍ଥାତ୍ ୮୬ କୋଟିକୁ ବୃଦ୍ଧି ହୋଇପାରେ। ଦେଶର ଟେଲିକମ୍ ବଜାର ସମ୍ପର୍କରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଲୋକସଭା ନିର୍ବାଚନ ପରେ ଟେଲିକମ୍ ଅପରେଟରଙ୍କ ଦ୍ୱାରା ଶୁଳ୍କ ୨୫ ପ୍ରତିଶତ ବୃଦ୍ଧି କରାଯାଇପାରେ, ଏହି କାରଣରୁ ୨୦୨୬-୨୭ ଆର୍ଥିକବର୍ଷ ସୁଦ୍ଧା ପ୍ରତ୍ୟେକ ଉପଭୋକ୍ତାଙ୍କ ଖର୍ଚ୍ଚ

ହାରାହାରି ୨୦୮ରୁ ୨୮୬ ଟଙ୍କାକୁ ବୃଦ୍ଧି ପାଇବ। ୨୦୨୩ ରୁ ୨୦୨୭ ମଧ୍ୟରେ ବାର୍ଷିକ ୭ ରୁ ୭.୫ ପ୍ରତିଶତ ହାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଟେଲିକମ୍ ବଜାରରେ ଭାରତ ଅନ୍ତର୍ଭୁକ୍ତ, ଯାହାର ଗ୍ରାହକଙ୍କ ସଂଖ୍ୟା ବାର୍ଷିକ ୨.୯ ପ୍ରତିଶତ ହାରରେ ବଢୁଛି। ତେବେ ପ୍ରତି ୧୦୦ ଜଣଙ୍କ ପାଇଁ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ସର୍ବନିମ୍ନ ସ୍ଥାନ ଅଧିକାର କରିଛି।

ଭାରତରେ ୱେରଲେସ୍‌ ଗ୍ରାହକଙ୍କ ସଂଖ୍ୟା ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୮୨.୨ ଥିବାବେଳେ ୧୦୦ ଲୋକଙ୍କ ପ୍ରତି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ଚାଇନାରେ ୧୨୫, ଆମେରିକାରେ ୧୧୦, ଇଣ୍ଡୋନେସିଆରେ ୧୧୫। ରିପୋର୍ଟ ଅନୁଯାୟୀ, ଡାଟା ବ୍ୟବହାର କ୍ଷେତ୍ରରେ ବର୍ତ୍ତମାନ ଭାରତ ବିଶ୍ୱରେ ଶୀର୍ଷରେ ରହିଛି। ଲୋକମାନେ ହାରାହାରି, ପାଞ୍ଚ ଘଣ୍ଟା ପାଇଁ ସ୍ମାର୍ଟଫୋନରେ ଡାଟା ବ୍ୟବହାର କରୁଛନ୍ତି।

Leave A Reply

Your email address will not be published.