ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଟ୍‌ ଅନିୟମିତତା ପ୍ରସଙ୍ଗକୁ ନେଇ ଇଣ୍ଡିଆ ଆଲାଏଲନ୍ସ ଛାତ୍ରସଂଘର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଇଣ୍ଡିଆ ଗଠବନ୍ଧନ ଦଳମାନଙ୍କ ଛାତ୍ର ସଂଗଠନ ସମୂହ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେ଼ମୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନିଟ୍‌ରେ ହୋଇଥିବା ବ୍ୟାପକ ଅନିୟମିତତାକୁ ପ୍ରସଙ୍ଗ କରିଥିଲେ ଛାତ୍ର ସଂଗଠନ ସମୂହ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସହିତ ପରୀକ୍ଷା ଓ ନିଯୁକ୍ତିରେ ହେଉଥିବା ଅନିୟମିତତାକୁ ବନ୍ଦ କରିବା ପାଇଁ ଛାତ୍ର ଓ ଛାତ୍ର ସଂଗଠନମାନଙ୍କ ସହ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଆଲୋଚନା ପାଇଁ ଆସନ୍ତୁ ବୋଲି କହିଥିଲେ।

ପୂନର୍ବାର ନିଟ୍‌ ପରୀକ୍ଷା ପାଇଁ ଦାବି କରିଥିଲେ। ଏହି ସମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ଯୋଗଦେଇ ଭାରତବର୍ଷର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ ହେଉଥିବାରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଓଡ଼ିଆମାନେ ଲଜ୍ଜିତ ହେଉଛନ୍ତି ସେ ତୁରନ୍ତ କ୍ଷମା ପ୍ରାର୍ଥନା ସହ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ଅଲ୍‌ ଇଣ୍ଡିଆ ଷ୍ଟୁଡେ଼ଣ୍ଟ ଫେଡେ଼ରେସନ ପକ୍ଷରୁ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଏନ୍‌ଟିଏର ୭୦ରୁ ଅଧିକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବାରୁ ତାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଲ୍‌ ଇଣ୍ଡିଆ ଷ୍ଟୁଡେ଼ଣ୍ଟସ ଆସୋସିଏସନ (ଏଆଇଏସ୍‌ଏ)ର ରାଜ୍ୟ ଆବାହକ ଶୁଭ୍ରାଂଶୁ ଶେଖର ଓ ଷ୍ଟୁଡେ଼ଣ୍ଟ ଫେଡେ଼ରେସନ ଅଫ ଇଣ୍ଡିଆ (ଏସ୍‌ଏଫ୍‌ଆଇ)ର ରାଜ୍ୟ ସମ୍ପାଦକ ଏମ୍‌ଡ଼ି ସୋହେଲେ ଯୋଗ ଦେଇଥିଲେ।

Leave A Reply

Your email address will not be published.