ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟି-୨୦ ବିଶ୍ୱକପ୍‌ : ସୁପର-୮ରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଟିମ୍‌ ଇଣ୍ଡିଆ

ଗ୍ରସ ଆଇଲେଟ୍‌‌ : ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ଭାରତ ସହ ଅଷ୍ଟ୍ରେଲିଆ ସୋମବାର ଖେଳିବାକୁ ଥିବା ସୁପର-୮ ଗ୍ରୁପ୍‌‌-୧’ ମ୍ୟାଚ୍‌‌ର ଗୁରୁତ୍ୱ ବଢ଼଼ିଯାଇଛି। ଏହି ଗ୍ରୁପ୍‌‌ରେ ଭାରତ ୨ଟି ମ୍ୟାଚ୍‌‌ ଖେଳି ଦୁଇଟିରେ ବିଜୟୀ ହୋଇଛି। ଉଭୟ ପଏଣ୍ଟ ଓ ନେଟ ରନ୍‌‌ ରେଟ୍‌‌ରେ ଭାରତ ପ୍ରଥମ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ୨ଟି ଲେଖାଏଁ ମ୍ୟାଚ୍‌‌ ଖେଳି ଗୋଟିଏ ଲେଖାଏଁ ବିଜୟୀ ହୋଇଛି। ଉଭୟ ଦଳର ପଏଣ୍ଟ ସମାନ ହୋଇଥିଲେ ମଧ୍ୟ ନେଟ୍‌‌ ରନ୍‌‌ରେଟ୍‌‌ରେ ଅଷ୍ଟ୍ରେଲିଆ ଆଗୁଆ ରହିଛି। ଏହା ଫଳରେ ଆସନ୍ତାକାଲି ଭାରତ ସହ ଖେଳାଯିବାକୁ ଥିବା ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆ ବିଜୟୀ ହେଲେ ସେମିଫାଇନାଲକୁ ଉନ୍ନୀତ ହେବ। ନଚେତ ଦଳକୁ ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚ୍‌‌ର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ଯଦି ଏହି ମ୍ୟାଚ୍‌‌କୁ ୪୧ ରନ୍‌‌ ବ୍ୟବଧାନରେ ବିଜୟୀ ହୁଏ, ତେବେ ଅନ୍ୟ ମ୍ୟାଚ୍‌‌ର ଫଳାଫଳ ଯାହା ହେଉନା କାହିଁକି ଦଳର ସେମିଫାଇନାଲ ଖେଳିବା ରାସ୍ତା ପରିସ୍କାର ହୋଇଯିବ। କିନ୍ତୁ ଏହି ମ୍ୟାଚ୍‌‌ର ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସେଣ୍ଟ ଲୁସିଆ ପାଣିପାଗ ବିଭାଗ ଅନୁଯାୟୀ ସୋମବାର ଏଠାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ବର୍ଷା ଯେ ଲାଗି ରହିବ ତାହା କୁହାଯାଇନାହିଁ। ଯାହା ଫଳରେ ମ୍ୟାଚ୍‌‌ ବାତିଲ ହେବାର ଆଶଙ୍କା ନାହିଁ ବୋଲି ଏହି ଭବିଷ୍ୟବାଣୀରୁ ସ୍ପଷ୍ଟ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ଦୁଇ ଓପନର ସଫଳ ହୋଇନାହାନ୍ତି। କିମ୍ବା ଅନ୍ୟ କୌଣସି ବ୍ୟାଟର ବଡ଼ ସ୍କୋର କରିପାରି ନାହାନ୍ତି। ଦୁଇ ବଡ଼ ଖେଳାଳି ସଞ୍ଜୁ ସାମସନ ଓ ଯଶସ୍ୱୀ ଜୟସ୍ୱାଲ ସୁଯୋଗ ପାଇନାହାନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌‌ରେ ସେମାନଙ୍କୁ ସୁଯୋଗ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ପୂର୍ବପରି ଭାରତୀୟ ୩ ପେସର ଓ ୩ ସ୍ପିନରଙ୍କୁ ନେଇ ଏହି ମ୍ୟାଚ୍‌‌ ଖେଳିବ। ଭଲ ପ୍ରଦର୍ଶନ ଦେଇ ନଥିବା ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଯୁଜବେନ୍ଦ୍ର ଚହଲ ଖେଳିବେ ବୋଲି ଆଶା କରାଯାଇପାରେ। କିନ୍ତୁ ଭାରତୀୟ ଟିମ୍‌‌ ମ୍ୟାନେଜମେଣ୍ଟ ବିଜୟୀ କମ୍ବିନେସନ ଭାଙ୍ଗିବେ ବୋଲି ଆଶା କରାଯାଉନାହିଁ। ଏଭଳି ସ୍ଥିତିରେ କିଏ କିପରି ଖେଳିବେ ତାହା ଟସ୍‌‌ ପରେ ଜଣାପଡ଼ିବ। ଅନ୍ୟ ପକ୍ଷରେ ଭାରତ ଏହି ମ୍ୟାଚ୍‌‌ ହାରିଗଲେ ଦଳର ଫାଇନାଲ ଖେଳିବା ଆଶଙ୍କା ମଧ୍ୟକୁ ଚାଲିଯାଇପାରେ। ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ବିପକ୍ଷରେ ଭାରତ ଖେଳିନାହିଁ। ଏଣୁ ଏହି ମ୍ୟାଚ୍‌‌ରେ କିପରି ପ୍ରଦର୍ଶନ କରିବ ତାହାକୁ ନେଇ ସନ୍ଦେହ ରହିଛି।

Leave A Reply

Your email address will not be published.