ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ସେନା ଇତିହାସରେ ପ୍ରଥମ : ପ୍ରଥମଥର ଦୁଇ ସ୍କୁଲ ସାଙ୍ଗ ସ୍ଥଳସେନା ଓ ନୌସେନା ମୁଖ୍ୟ

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ନେନେରାଲ ଉପନ୍ଦ୍ରେ ଦ୍ବିବେଦୀ ଆଜି ସ୍ଥଳ ସେନା ମୁଖ୍ୟ ଭାବେ କାର୍ଯ୍ୟାଭାର ଗ୍ରହଣ କରିବେ। କିନ୍ତୁ ତାଙ୍କର ଏହି ଦାୟିତ୍ବ ଗ୍ରହଣ ପରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ଗୋଟିଏ ସ୍କୁଲର ଦୁଇ ସାଥି ସ୍ଥଳସେନା ଏବଂ ନୌସେନା ମୁଖ୍ୟ ହେବାର ସୌଭାଗ୍ୟ ଅର୍ଜନ କରିବେ। ପୂର୍ବରୁ ଆଡମିରାଲ ଦୀନେଶ ତ୍ରିପାଠୀ ନୌସେନା ଭାବେ ନିଯୁକ୍ତ ରହିଛନ୍ତି। ଏବେ ତାଙ୍କ ସ୍କୁଲ ସାଥି ଲେଫ୍ଟନାଣ୍ଟ ଜେନେରାଲ ଦ୍ବିବେଦୀ ସ୍ଥଳ ସେନା ମୁଖ୍ୟ ହେବାକୁ ଯାଉଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସତୁରି ଦଶକରେ ଉଭୟ ସାଥି ମଧ୍ୟପ୍ରଦେଶର ରେୱା ସୈନିକ ସ୍କୁଲରେ ପଞ୍ଚମ ଶ୍ରେଣୀରୁ ପାଠ ପଢିଥିଲେ ଏବଂ ସେମାନଙ୍କ ରୋଲ ନମ୍ବର ମଧ୍ୟ ପାଖାପାଖି ରହିଥିଲା। ଜେନେରାଲ ଦ୍ବିବେଦୀଙ୍କ ରୋଲ ନମ୍ବର ୯୩୧ ରହିଥିଲା ବେଳେ ଆଡମିରାଲ ତ୍ରିପାଠୀଙ୍କ ରୋଲ ନମ୍ବର ୯୩୮ ରହିଥିଲା। ସ୍କୁଲ ବେଳରୁ ଏହି ଦୁଇ ଜଣ ଅଧିକାରୀ ଭଲ ସାଙ୍ଗ ଥିଲେ। ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲେ ମଧ୍ୟ ସର୍ବଦା ଯୋଗାଯୋଗରେ ରହୁଥିଲେ ଉଭୟ। ଦୁହେଁ ଏକାଠି ପାଠ ପଢ଼ାରେ ସଫଳତା ହାସଲ କରିଥିଲେ ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେଶ ସେବା କରିବା ପରେ ସେମାନେ ବର୍ତ୍ତମାନ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳୁଛନ୍ତି।

ସୂଚନାଯୋଗ୍ୟ ରବିବାର ଦେଶର ୩୦ତମ ସ୍ଥଳସେନାଧ୍ୟକ୍ଷ ହେବେ ଲେପ୍ଟେନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ। ଆଜି ଜେନେରାଲ ମନୋଜ ପାଣ୍ଡେଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ।  ଦେଶରେ ବର୍ତ୍ତମାନ ସ୍ଥଳସେନାର ଆଧୁନିକୀକରଣ ଏବଂ ବ୍ୟବସ୍ଥା ପରିବର୍ତ୍ତନ ଜାରି ରହିଥିବାବେଳେ ଏହି ସମୟରେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ଦାୟିତ୍ଵ ଗ୍ରହଣ କରିବେ। ନର୍ଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦୀର୍ଘ ବର୍ଷ ଧରି ଦେଶର ସେବା କରି ଆସିଛନ୍ତି ଲେପ୍ଟନାଣ୍ଟ ଉପେନ୍ଦ୍ର ଦ୍ଵିୱେଦୀ।

ଆଜି ଅପରାହ୍ନରେ ସେ ବିଧିବଦ୍ଧ ଭାବେ ଦେଶର ପରବର୍ତ୍ତୀ ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିବେ। ୧୯୬୪ ଜୁଲାଇ ପହିଲାରେ ଲେପ୍ଟନାଣ୍ଟ ଉପେନ୍ଦ୍ର ଦ୍ଵିୱେଦୀଙ୍କ ଜନ୍ମ। ୧୯୮୪ରେ ସେନାର ଜମ୍ମୁ କାଶ୍ମୀର ରାଇଫଲ୍ସରେ ଯୋଗ ଦେଇଥିଲେ। ସେନାରେ ଦୀର୍ଘ ୪୦ ବର୍ଷ ଧରି ଦେଶର ସେ ସେବା କରି ଆସୁଛନ୍ତି।

Leave A Reply

Your email address will not be published.