ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପି-କଂଗ୍ରେସ ମୁହାଁମୁହିଁ : ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ ଛକ

ଭୁବନେଶ୍ବର : ମାଷ୍ଟର କ୍ୟାଣ୍ଟିନରେ ବିଜେପି ଓ ଛାତ୍ର କଂଗ୍ରେସ ମୁହାଁମୁହିଁ। କଂଗ୍ରେସ ଭବନ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ଓ କଂଗ୍ରେସ କର୍ମୀ ମୁହଁ ମୁଁହି ହେବା ସହ କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରେ ଗୋବର ମାଡ କରିଛି ବିଜେପି ଯୁବ ମୋର୍ଚ୍ଚା। ଏହାକୁ ବିରୋଧ କରି କଂଗ୍ରେସ ଯୁବ ସଂଘଠନ ତରଫରୁ ବି ପାଣି ଓ କାଦୁଅ ମାଡ଼ ହୋଇଥିଲା।

ଏହାପରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହେବାରୁ ୭ ଜଣଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସର ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚାର ମୁଣ୍ଡ ଫାଟିଥିବା ଅଭିଯୋଗ । ଏନେଇ କ୍ୟାପିଟାଲ ଥାନାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏତଲା ଦିଆଯାଇଛି ।

Leave A Reply

Your email address will not be published.