ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଳ ହେଲା ପରକୀୟା ପ୍ରୀତି, ଡିଏସ୍‌ପିରୁ କନଷ୍ଟେବଳ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସାଧାରଣତଃ ଚାକିରିରେ କର୍ମଚାରୀଙ୍କୁ ପଦୋନ୍ନତି ମିଳିଥାଏ, ମାତ୍ର ଉନ୍ନାଓର ଡେପୁଟି ଏସ୍‌ପି (ଡିଏସ୍‌ପି)ଙ୍କ କ୍ଷେତ୍ରରେ ଏହାର ଓଲଟା ହୋଇଛି। ଡିଏସ୍‌ପି କୃପାଶଙ୍କର କନୌଜିଆଙ୍କ ପଦାବନତି କରି କନଷ୍ଟେବଳ ବନାଇ ଦିଆଯାଇଛି। କାନପୁରର ଏକ ହୋଟେଲରେ ମହିଳା ସିପାହୀଙ୍କ ସହ ଧରାପଡ଼ିବା ପରେ ଡିଏସ୍‌ପିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଲକ୍ଷ୍ନୌ ଏଡିଜିଙ୍କ ପକ୍ଷରୁ ଶନିବାର ଜାରି ନିର୍ଦ୍ଦେଶରେ ତାଙ୍କୁ ବଦଳି କରି ଗୋରଖପୁର ପିଏସିର ୨୬ ବାଟାଲିୟନକୁ ପଠାଇ ଦିଆଯାଇଛି। କୃପା ଶଙ୍କର ପିଏସିରେ କନଷ୍ଟେବଳ ପଦରୁ ପଦୋନ୍ନତି ପାଇ ଡିଏସ୍‌ପି ପଦବୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। କନୌଜିଆ ଦେବରିୟାର ବାସିନ୍ଦା। ସେ ୨୦୨୧ ଜୁଲାଇରେ ଉନ୍ନାଓ ଜିଲ୍ଲାର ବିଧାପୁର ସର୍କଲର ସିଓ ଥିଲେ। ଏହି ସମୟରେ ଜଣେ ମହିଳାଙ୍କ ସହ ତାଙ୍କ ପରକୀୟାପ୍ରୀତି ଥିଲା। ଉଭୟେ ପୂର୍ବୁରୁ ବିବାହିତ ଥିଲେ। ଏହି ମହିଳାଙ୍କ ସ୍ବାମୀ ପ୍ରୟାଗରାଜର ଏକ ଥାନାରେ ସିପାହୀ ଥିଲେ। ସୂଚନା ଅନୁଯାୟୀ ୨୦୨୧ ଜୁଲାଇରେ କୃପା ଶଙ୍କର ଚିକିତ୍ସା ପାଇଁ ଛୁଟି ନେଇଥିଲେ। ସେ ଘରକୁ ଯିବା ପାଇଁ ପତ୍ନୀଙ୍କୁ କହି ମହିଳା ସିପାହୀଙ୍କ ସହ କାନପୁର ଚାଲି ଯାଇଥିଲେ। ସେଠାକାର ଏକ ହୋଟେଲରେ ରହିଥିଲେ। ଡିଏସ୍‌ପି ନିଜ ନାମରେ ପ୍ରକୋଷ୍ଠ ବୁକ୍‌ କରିଥିଲେ। ନିଜର ମୋବାଇଲକୁ ବନ୍ଦ କରି ଦେଇଥିଲେ। ଫୋନ୍‌ ନ ଲାଗିବାରୁ ଚିନ୍ତିତ ହୋଇ ତାଙ୍କ ପତ୍ନୀ ଏସ୍‌ପିଙ୍କୁ ଏ ବିଷୟରେ କହିଥିଲେ। ପରେ ତଦନ୍ତ ହେବାରୁ ତାଙ୍କ ଗୁମର ଖୋଲି ଯାଇଥିଲା।

Leave A Reply

Your email address will not be published.