ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଳାତ୍କାର ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ଅନୁମତି ଜରୁରୀ, ଗିରଫ ଅଭିଯୁକ୍ତକୁ ମିଳିବ ଡାକ୍ତରୀ ମାଇନା ରିପୋର୍ଟ

ଭୁବନେଶ୍ୱର : ବଳାତ୍କାର ପୀଡିତାଙ୍କ ଡାକ୍ତରୀ ମାଇନା ଅବିଳମ୍ବେ କରାଯିବ। କିନ୍ତୁ ଏହା ପୂର୍ବରୁ ସମ୍ପୃକ୍ତ ପୀଡିତାଙ୍କ ସ୍ୱିକାରୋକ୍ତି ଜରୁରୀ ହେବ। ଯଦି ପୀଡିତାଙ୍କ ବୟସ ୧୨ ବର୍ଷରୁ କମ୍‌‌ ହୋଇଥାଏ ତା ହେଲେ ଡାକ୍ତରୀ ମାଇନା ପାଇଁ ତାଙ୍କ ପିତାମାତାଙ୍କ ଅନୁମତି ଜରୁରୀ ହେବ। ଡାକ୍ତରୀ ମାଇନା ଶେଷ ହେବା ପରେ ଅଭିଯୁକ୍ତଙ୍କୁ ତାହାର ଏକ ନକଲ ଦେବାରେ କର୍ତ୍ତୃପକ୍ଷ ଅବହେଳା କରିପାରିବେ ନାହିଁ। ଗତକାଲିଠୁ ଅର୍ଥାତ ଜୁଲାଇ ୧ ତାରିଖରୁ ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଅନୁସାରେ ଏହି ପଦକ୍ଷେପ ନିଆଯିବ।

ଏନେଇ ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ଘରୋଇ ଡାକ୍ତରଖାନା ପାଇଁ ଏହି ନିୟମ ଲାଗୁ ହେବ। ପୁଲିସ କୌଣସି ବଳାତ୍କାର ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ଡାକ୍ତରଙ୍କ ନିକଟରେ ହଜାର କରିବା ପରେ ଅବିଳମ୍ବେ ତାଙ୍କର ପରୀକ୍ଷା ନୀରିକ୍ଷା ଆରମ୍ଭ କରାଯିବ। ତେବେ ଏହା ପୂର୍ବରୁ ସମ୍ପୃକ୍ତ ଡାକ୍ତର ଏଥିପାଇଁ ପୀଡିତା କିମ୍ବା ପରିବାର ସଦସ୍ୟଙ୍କ ଅନୁମତି ନେବା ଜରୁରୀ ହେବ। ଅନୁମିତି ମିଳିଥିବା ସମ୍ପର୍କରେ ରିପୋର୍ଟରେ ଦର୍ଶାଯିବ। ଏଥିରେ ଅବହେଳା କିମ୍ବା ବିଳମ୍ବ ଆଦୌ ଗ୍ରହଣୀୟ ନୁହେଁ। ଯଦି ଡାକ୍ତରୀ ମାଇନା କରିବାରେ ବିଳମ୍ବ ହୁଏ ତା ହେଲେ ତାହାର କାରଣ ରେଜିଷ୍ଟ୍ରାର ଏବଂ ପରୀକ୍ଷା ରିପୋର୍ଟରେ ଉଲ୍ଲେଖ ରହିବା ଜରୁରୀ। ସେହିପରି ଡାକ୍ତରୀମାଇନା କେତେବେଳେ ଆରମ୍ଭ ହେଲା ଏବଂ କେତେବେଳେ ଶେଷ ହେଲା ତାହା ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ। ପୀଡିତାଙ୍କ ମେଡିକାଲ ପରୀକ୍ଷା ଶେଷ ହେବାର ୭ ଦିନ ମଧ୍ୟରେ ଡାକ୍ତର ନିଜ ରିପୋର୍ଟ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.