ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଟ୍ ବିବାଦ ପାଇଁ ବିଦା ହେଲେ NTA ଡିଜି ସୁବୋଧ କୁମାର ସିଂ, ପ୍ରଦୀପ ସିଂହ ଖାରୋଲାଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ : ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) ଦ୍ବାରା ହେଉଥିବା ବିଭିନ୍ନ ପରୀକ୍ଷରେ ପ୍ରଶ୍ନପତ୍ର ଲିକ୍‌ ବିବାଦ ପରେ  କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। NTAର ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂଙ୍କୁ ପଦବୀରୁ ହଟାଇ ଦେଇଛନ୍ତି। ଏଥି ସହିତ ତାଙ୍କ ସ୍ଥାନରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସିର ମହାନିର୍ଦ୍ଦେଶକ ଭାବେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ପ୍ରଦୀପ ସିଂହ ଖାରୋଲାଙ୍କୁ ନିଯୁକ୍ତି ମିଳିଛି।

ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ପ୍ରଦୀପ ସିଂହ ଖାରୋଲା ବର୍ତ୍ତମାନ ଇଣ୍ଡିଆ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନର ଅଧ୍ୟକ୍ଷ ଓ ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ କେନ୍ଦ୍ର ସରକାର ଅତିରିକ୍ତ ଭାବେ ଏନଟିଏର ମହାନିର୍ଦ୍ଦେଶ ଦାୟିତ୍ୱ ଦେଇଛନ୍ତି। NTAର ସ୍ଥାୟୀ ମହାନିର୍ଦ୍ଦେଶ ନିଯୁକ୍ତ ନ ହେବା ଯାଏ, ପ୍ରଦୀପ ଏହି ପଦରେ ରହିବେ ବୋଲି କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି।

ଅନ୍ୟପଟେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ପରୀକ୍ଷାରେ ସ୍ୱଚ୍ଛତା ପାଇଁ ଶିକ୍ଷା ମନ୍ତ୍ରାଳୟ ଆଜି ୭ ଜଣିଆ କମିଟି ଗଠନ କରିଛି। ସ୍ୱଚ୍ଛ, ନିରକ୍ଷେପ ଓ ସରଳ ଭାବେ ବିଭିନ୍ନ ଜାତୀୟ ସ୍ତରୀୟ ପରୀକ୍ଷା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଗଠନ କରିଥିବା କମିଟିରେ ଇସ୍ରୋ ଓ ଏମ୍ସର ପୂର୍ବତନ ମୁଖ୍ୟଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନେ ରହିଛନ୍ତି। ୭ ଜଣିଆ କମିଟିର  ଅଧ୍ୟକ୍ଷତା ଇସ୍ରୋର ପୂର୍ବତନ ମୁଖ୍ୟ ଡ. କେ ରାଧାକ୍ରିଷ୍ଣନ କରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ଏମ୍ସର ପୂର୍ବତନ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟର ବିଭାଗର ପୂର୍ବତନ ପ୍ରଫେସର ରାମମୂର୍ତ୍ତି କେ, ପିପୁଲ ଷ୍ଟ୍ରଙ୍ଗର ସହ ପ୍ରତିଷ୍ଠାତା ଓ କର୍ମଯୋଗୀ ଭାରତର ସଦସ୍ୟ ପଙ୍କଜ ବଂସଲ, ଆଇଆଇଟି ଦିଲ୍ଲୀର ଶିକ୍ଷାର୍ଥୀ ବ୍ୟାପାରର ଡିନ ଆଦିତ୍ୟ ମିତ୍ତଲ ଓ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୈସୱାଲ ରହିଛନ୍ତି।

Leave A Reply

Your email address will not be published.