ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁଲାଇ ତୃତୀୟ ସପ୍ତାହରେ ବଜେଟ ଅଧିବେଶନ, ୨ ମାସ ପାଇଁ ଆସିବ କାମଚଳା ବଜେଟ

ଭୁବନେଶ୍ୱର: ଜୁଲାଇ ମାସ ତୃତୀୟ ସପ୍ତାହରେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବା ନେଇ ସୂଚନା ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ସଂଶୋଧିତ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ। ସେହିପରି ଦୁଇମାସ ପାଇଁ ଗୃହରେ ଲେଖାନୁଦାନ (କାମଚଳା) ବଜେଟ ଆଗତ ହେବ। ଚଳିତଥର ସଂଶୋଧିତ ପୂର୍ଣ୍ଣାଙ୍ଗ ବଜେଟର ଆକାର ୨.୭୦ ଲକ୍ଷ କୋଟି ଟପିବା ନେଇ ଆକଳନ କରାଯାଉଛି।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୮ ତାରିଖରେ ବିଦାୟୀ ବିଜେଡି ସରକାର ଗୃହରେ ୨.୫୫ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିଲେ। ଏହାସହ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ୪ ମାସ ପାଇଁ ଏଥିରୁ ୧.୧୮ ଲକ୍ଷ କୋଟି ଟଙ୍କାର ଲେଖାନୁଦାନକୁ ଆଗତ କରିଥିଲେ। ଫେବ୍ରୁଆରୀ ୯ ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକକୁ ମଞ୍ଜୁରୀ ମିଳିଥିଲା। ଆସନ୍ତା ଜୁଲାଇ ୩୧ ତାରିଖ ଯାଏଁ କାମଚଳା ବଜେଟକୁ ଅନୁମୋଦନ ମିଳିଥିବାରୁ ଏହା ପୂର୍ବରୁ ମୋହନ ସରକାର ଆଣିବାକୁ ଥିବା କାମଚଳା ବଜେଟ ଗୃହର ଅନୁମୋଦନ ନେବା ଆବଶ୍ୟକ ହୋଇପଡ଼ିଛି। ନିର୍ବାଚନ ବେଳେ ବିଜେପି ଦେଇଥÒବା ପ୍ରତିଶ୍ରୁତି ପାଳନ ପାଇଁ ଅଧିକ ସମ୍ବଳ ଆବଶ୍ୟକତା ପଡ଼ିବା ନିଶ୍ଚିତ ହୋଇପଡ଼ିଛି। ତେଣୁ ବଜେଟର ଆକାର ବଢ଼ିବା ସୁନିଶ୍ଚିତ ବୋଲି ଅର୍ଥ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Leave A Reply

Your email address will not be published.