ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡିର ଜନସମ୍ପର୍କ ପଦଯାତ୍ରା : ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ

ଗାନ୍ଧୀ ଜୟନ୍ତୀରୁ ବିଜେଡିର ପ୍ରତିଷ୍ଠା ଦିବସ ଯାଏଁ ଦୁଇ ମାସ ଧରି ଚାଲିବ ପଦଯାତ୍ରା

ଭୁବନେଶ୍ବର: ପ୍ରତିବର୍ଷ ଭଳି ବିଜୁ ଜନତା ଦଳ ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା କରିବ। ଏନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତା ତଥା କର୍ମୀମାନଙ୍କୁ ଚିଠି ଲେଖି ଜଣାଇଥିବା ବେଳେ ଶଙ୍ଖଭବନରେ ଆୟୋଜିତ ପ୍ରେସମିଟରେ ମଧ୍ୟ ସୂଚନା ଦିଆଯାଇଛି । ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ଦେବୀ ମିଶ୍ର, ସ୍ନେହାଙ୍ଗିତୀ ଛୁରିଆ, ସାଂସଦ ସସ୍ମିତ ପାତ୍ର ଏବଂ ପ୍ରିୟବ୍ରତ ମାଝୀ ପ୍ରମୁଖ ମଧ୍ୟ ଏହି ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୨ରୁ ଡିସେମ୍ବର ୨୬ ଯାଏଁ ବିଜେଡି ପକ୍ଷରୁ କରାଯିବ ଜନ ସମ୍ପର୍କ ପଦଯାତ୍ରା । ଗାନ୍ଧୀ ଜୟନ୍ତୀରୁ ପ୍ରତିଷ୍ଠା ଦିବସ ଯାଏଁ ପଦଯାତ୍ରା କରିବ ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବହୁ କାର୍ଯ୍ୟକ୍ରମ ସାଙ୍ଗକୁ ବିକାଶକୁ ଶୀର୍ଷକୁ ନେବାକୁ ସଂକଳ୍ପ ନେବେ ଦଳୀୟ ନେତା ଓ କର୍ମୀ । ତେବେ ସବୁ ନିର୍ବାଚନ ମଣ୍ଡଳୀରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ । ଏହାସହ ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ସାଙ୍ଗକୁ ବୃକ୍ଷରୋପଣ ମଧ୍ୟ କରାଯିବ ।

ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ ତାରିଖରେ ‘ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର ୯ ତାରିଖରେ ‘ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ” ଏବଂ ଅକ୍ଟୋବର ୧୧ ତାରିଖରେ ‘ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ପାଳନ ସହିତ ଏ ବର୍ଷର ‘ଜନ ସଂପର୍କ ପଦଯାତ୍ରା ଚଳିତ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବ । ଅକ୍ଟୋବର ୧୨ ଠାରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ୍ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ । ଉପରୋକ୍ତ କାର୍ଯ୍ୟକ୍ରମ ପରେ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡ଼ରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ ।

ଏହା ସହିତ ବିଜୁ ଜନତା ଦଳର ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ କରାଯିବ । ଡିସେମ୍ବର ୨୬ରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀମାନଙ୍କରେ ପାଳନ କରାଯିବ ଓ ଏହି ଅବସରରେ ମହାନ ସ୍ଵାଧୀନତା ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ ।

Leave A Reply

Your email address will not be published.