ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି ରାଜ୍ୟ ସରକାର : ବିଜେଡି

ଭୁବନେଶ୍ବର : ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ବିଜେପି ସରକାର ଦରଦାମ ଆକାଶଛୁଆଁ କରିଛନ୍ତି। ହୁ ହୁ ହୋଇ ବଢିଚାଲିଛି ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦାମ । ଡାଲି, ଚାଉଳ, ପରିବା ଏପରିକି ଆଳୁ ପିଆଜ ଭଳି ନିହାତି ଆବଶ୍ୟକ ଖାଉଟି ସାମଗ୍ରୀର ଦର ମଧ୍ୟ ବୃଦ୍ଧି ହୋଇଛି। ଯାହାକୁ ନେଇ ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଏହାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି।

ଆଜି ଶଙ୍ଖ ଭବନରେ ସମ୍ବାଦିକ ସମ୍ମିଳନୀ କରି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଥିଲେ । ପ୍ରମିଳା କହିଥିଲେ, ରାଜ୍ୟରେ ପରିବର୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି । ସାଧାରଣ ଲୋକ ଆଶା କରୁଛନ୍ତି ଭଲ ଖାଇବେ ଓ ଶସ୍ତାରେ ପାଇବେ, ତେଣୁ ଚାଉଳ, ଡାଲି, ପନିପରିବା ଦର ବୃଦ୍ଧି ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ତେବେ ମନ୍ତ୍ରୀ କହୁଛନ୍ତି ଦରଦାମରେ ସରକାରଙ୍କ ନିୟନ୍ତ୍ରଣ ନାହିଁ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାଧାରଣ ଲୋକ ଶସ୍ତାରେ କେମିତି ଜିନିଷ ପାଇବେ, ସେ ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ଏଥିସହ ବିଜେଡି ଏ ପ୍ରସଙ୍ଗରେ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ବିଜେପି ନେତା ଜଗନ୍ନାଥ, ବଳଭଦ୍ର ସୁଭଦ୍ରାଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ତୁଳନା କରୁଛନ୍ତି। ଏହା ଅହଂକାର, ଏହା ନିନ୍ଦନୀୟ, ଜଗନ୍ନାଥ ସେମାନଙ୍କୁ ଆଶୀର୍ବାଦ ଦିଅନ୍ତି ବୋଲି କହିଛନ୍ତି।

ସେହିପରି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଯଦି ବିଜେପିର ବିଜୟ ଉତ୍ସବ ସରିଲାଣି, ତାହେଲେ ଯେଉଁ ଭୋଟର ଭୋଟ ଦେଇ ଜିତାଇଛନ୍ତି,  ସେ ଓଡ଼ିଶାବାସୀଙ୍କ ହିତ କଥା ଚିନ୍ତା କରନ୍ତୁ। ମନ୍ତ୍ରୀ ମଧ୍ୟ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି । ସରକାରଙ୍କ ଦାୟିତ୍ୱ ହେଉଛି, ଦରଦାମ ନିୟନ୍ତ୍ରଣରେ ରଖିବା । ଯାହା ଫଳରେ ଲୋକେ ଜିନିଷ କିଣି ବ୍ୟବହାର କରି ପାରିବେ । କିନ୍ତୁ ରାଜ୍ୟ ସରକାର ହାତ ଟେକି ଦେବା ଦୁର୍ଭାଗ୍ୟଜନକ ବୋଲି ଲେଖାଶ୍ରୀ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ତ୍ରୀ ଅସହାୟତା ପ୍ରକାଶ କରିଛନ୍ତି । ବାହାର ରାଜ୍ୟରୁ ପରିବା ଆସୁଛି, ସେଠି ଦର ବଢିଛି ବୋଲି ଏଠି ବଢୁଛି ବୋଲି ମନ୍ତ୍ରୀ କହୁଛନ୍ତି, ଯାହାକି ସତ୍ୟ ନୁହେଁ । ବ୍ୟବସାୟୀ ସଂଘ କହୁଛି ହୋର୍ଡିଂ ଯୋଗୁଁ ଦର ବଢୁଛି । ଅନ୍ୟପଟେ ଓଡ଼ିଶା ଚାଉଳ ବଳକା ରାଜ୍ୟ, ତାହେଲେ ଏଠି ଚାଉଳ ଦର କେମିତି ବଢୁଛି ? ଏଠି ଚାଉଳ ହୋର୍ଡିଙ୍ଗ ହେଉଛି, ମିଡ ଡେ ମିଲ ଵି ପ୍ରଭାଭିତ ହେଉଛି ବୋଲି କହିଛନ୍ତି ବିଜେଡିର ଏହି ନେତ୍ରୀ । ଖାଲି ସେତିକି ନୁହେଁ, ଦରଦାମ ନିୟନ୍ତ୍ରଣକୁ ନ ଆସିଲେ ଲୋକ ବୋଝରେ ରହିବେ । ରାଜ୍ୟ ସରକାର ଦର ନିୟନ୍ତ୍ରଣ ପାଇଁ କଣ କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ । ରାଜ୍ୟ ସରକାର ନିଜେ କିଣି ଅତ୍ୟାବଶକୀୟ ଜିନିଷ ଲୋକଙ୍କୁ ଶସ୍ତାରେ ବିକନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି ।।

Leave A Reply

Your email address will not be published.