ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋହଲି-ରୋହିତଙ୍କ ପରେ ଟି-୨୦ରୁ ଅବସର ନେଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ : ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଟି -୨୦ ଆନ୍ତର୍ଜାତୀୟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଏହି ସୂଚନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି। ଶନିବାର ବାର୍ବାଡୋସ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଟି-୨୦ ବିଶ୍ବକପ୍‌ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ୧୭ ବର୍ଷ ପରେ ଚାମ୍ପିଅନ ହୋଇଥିଲା।

ଭାରତ ୨୦୧୧ ବିଶ୍ବକପ୍‌ ପରେ ପ୍ରାୟ ୧୩ ବର୍ଷ ପରେ କୌଣସି ଆଇସିସି ଟ୍ରଫି ଜିତିବା ସହ ୧୭ ବର୍ଷ ପରେ ଅର୍ଥାତ ୨୦୦୭ ପରେ ପୁଣିଥରେ ଟି-୨୦ ବିଶ୍ବକପ ଟାଇଟଲ ଜିତିଛି। ତେବେ ଫାଇନାଲ ମ୍ୟାଚ ପରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ଭାରତର ଅଧିନାୟକ ରୋହିତ ଶର୍ମା ଓ ରନ୍‌ ମେସିନ ବିରାଟ କୋହଲିଙ୍କ ଟି-୨୦ରୁ ଅବସର। ଦୁହେଁ ଭାରତକୁ ବିଶ୍ବକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇବା ପରେ ଅବସର ନେଇଛନ୍ତି। ତେବେ ଗତକାଲି କୋହଲି-ରୋହିତଙ୍କ ଅବସର ପରେ ଆଜି ଟିମ୍‌ ଇଣ୍ଡିଆର ବେଷ୍ଟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଆଜି ଟି-୨୦ରୁ ଅବସର ଘୋଷଣା କରିଦେଇଛନ୍ତି।


ଅବସର ଘୋଷଣା ନେଇ ଜାଡେଜା ତାଙ୍କ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, “ମୋର ହୃଦୟରୁ, ମୁଁ ଟି -୨୦ ଇଣ୍ଟରନ୍ୟାସନାଲକୁ ବିଦାୟ ଦେଉଛି।  ମୁଁ ମୋ ଦେଶ ପାଇଁ ସର୍ବଦା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି ଏବଂ ଅନ୍ୟ ଫର୍ମାଟରେ ମଧ୍ୟ ଏହା ଜାରି ରଖିବି। ଟି -୨୦ ବିଶ୍ୱକପ ଜିତିବା ମୋର ଏକ ସ୍ବପ୍ନ ଥିଲା, ଯାହା ସାକାର ହୋଇଛି।  ଟି-୨୦ ଫର୍ମାଟରୁ ଅବସର ନେଇଥିଲେ ମଧ୍ୟ ଅନ୍ୟ ଫର୍ମାଟରେ ମ୍ୟାଚ୍ ଖେଳିବେ ବୋଲି କହିଛନ୍ତି ଜାଡେଜା । ଏହାସହ ନିଜର ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଟି-୨୦ ଫର୍ମାଟରେ ଜାଡେଜା ୨୦୦୯ରେ ଡେବ୍ୟୁ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି ଟି-୨୦ରେ କ୍ୟାରିୟର ଆରମ୍ଭ କରିଥିଲେ ଜାଡେଜା । ସେ ୭୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୧୬୧୨ ରନ୍‌ କରିଥିବା ବେଳେ ୫୪ଟି ୱିକେଟ ଅକ୍ତିଆର କରିଛନ୍ତି। ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଫାଇନାଲ ମ୍ୟାଚ୍ ଖେଳିବା ସହ ନିଜର ଅନ୍ତର୍ଜାତୀୟ ଟି-୨୦ ଅଭିଯାନ ଶେଷ କରିଛନ୍ତି ଜାଡେଜା । ଫାଇନାଲରେ ଜାଡେଜା ୨ ରନ୍ କରିଥିବା ବେଳେ ଗୋଟିଏ ଓଭର ବୋଲିଂ କରି ୧୨ ରନ୍ ବ୍ୟୟ କରିଥିଲେ। ରବିନ୍ଦ୍ର ଜାଡେଜା ଟି-୨୦ରୁ ଅବସର ନେଇଥିଲେ ମଧ୍ୟ ଟେଷ୍ଟ, ଦିନିକିଆ ଓ ଆଇପିଏଲ୍‌ ଖେଳିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.