କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି । ଏ ନେଇ ସେ ନିଜେ ଟ୍ବିଟ କରି ଜଣାଇଛନ୍ତି। ଏବି ଡି ଭିଲିୟର୍ସ ବହୁ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ବିଦାୟ ନେଇଥିଲେ । ହେଲେ ଏବେ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଯଥା ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ । ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅର୍ଥାତ୍ ଆରସିବି ପାଇଁ ଆଉ ଖେଳିବେ ନାହିଁ।
It has been an incredible journey, but I have decided to retire from all cricket.
Ever since the back yard matches with my older brothers, I have played the game with pure enjoyment and unbridled enthusiasm. Now, at the age of 37, that flame no longer burns so brightly. pic.twitter.com/W1Z41wFeli
— AB de Villiers (@ABdeVilliers17) November 19, 2021
ଏବି ଡି ଭିଲିୟର୍ସ ନିଜେ ଏହି ଟ୍ବିଟ କରି କହିଛନ୍ତି ଯେ, “ଏହା ଏକ ଅବିଶ୍ୱସନୀୟ ଯାତ୍ରା, କିନ୍ତୁ ମୁଁ ସମସ୍ତ କ୍ରିକେଟ୍ ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଯେହେତୁ ମୁଁ ପଡ଼ିଆରେ ଖେଳିବା ଆରମ୍ଭ କରିଥିଲି, ମୋର ବଡ଼ ଭାଇମାନଙ୍କ ସହିତ ମୁଁ ପ୍ରତିଟି ମୂହୂର୍ତ୍ତକୁ ଉପଭୋଗ କରିଥିଲି । କେବଳ ସେତିକି ନୁହେଁ ଉତ୍ସାହର ସହିତ କ୍ରିକେଟ୍ ମଧ୍ୟ ଖେଳିଥିଲି । ବର୍ତ୍ତମାନ ୩୭ ବର୍ଷ ବୟସରେ ଆଉ ଖେଲିବାରେ ସେହି ଯୋଶ ନାହିଁ । ସେଥିପାଇଁ, ମୁଁ ମୋର ଅବସର ଘୋଷଣା କରୁଛି” ।
ସେ ଆହୁରି ମଧ୍ୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ‘ ଏହା ବାସ୍ତବତା ଯାହା ମୋତେ ଗ୍ରହଣ କରିବାକୁ ପଡିବ । ସେ ଆଇପିଏ ହେଉ ଅବା ଦେଶ ପାଇଁ ସବୁ ଖେଳ ମୋତେ କଳ୍ପନା ଯୋଗ୍ୟ ଅନୁଭୂତି ଏବଂ ସୁଯୋଗ ଦେଇଛି। ସେଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବି ।