ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା : ଶୋକପ୍ରକାଶ କରିବା ସହ ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଅନଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡ ନିକଟ ଟିକରପଡାରେ କୁମ୍ଭୀର ଆକ୍ରମଣରେ ଜଣେ ବାଳକର ମୃତ୍ୟୁ ହୋଇଛି। ମହାନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣରେ ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ଟିକରପଡା ଘାଟସାହିର ସମିର ନାଏକ।

ଏହି ଘଟଣାରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ଏହା ସହିତ ମୃତ ବାଳକର ପରିବାରର ନିକଟତମ ଆତ୍ମୀୟଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.